ପାକିସ୍ତାନକୁ ୧୨ଟି ରାଜ୍ୟର ବିଭକ୍ତ କରିବା ହେଲା ନିଶ୍ଚିତ
ଇସ୍ଲାମାବାଦ୍: ପାକିସ୍ତାନକୁ ଏବେ ୧୨ଟି ରାଜ୍ୟରେ ବିଭକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ସୂଚନା ମନ୍ତ୍ରୀ ଅବଦୁଲ ଅଲିମ ଖାନ୍ କହିଛନ୍ତି ଯେ, ଦେଶକୁ ଏବେ ଛୋଟ ଛୋଟ ୧୨ଟି ରାଜ୍ୟର ବିଭକ୍ତ କରିବା ନିଶ୍ଚିତ ହୋଇଛି। ଏହା ଦ୍ୱାରା ଶାସନ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏହି କ୍ରମରେ ସିନ୍ଧ ଓ ପଞ୍ଜାବକୁ ୩ଟି ଲେଖାଏ ରାଜ୍ୟରେ ବିଭକ୍ତ କରାଯାଇପାରେ। ଏହିଭଳି ବେଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱାକୁ ମଧ୍ୟ ୩ଟି ଲେଖାଏ ରାଜ୍ୟରେ ବଣ୍ଟା ଯାଇପାରେ। ଆମ ପଡୋଶୀ ଦେଶଗୁଡିକରେ ଏକାଧିକ ଛୋଟ ଛୋଟ ରାଜ୍ୟ ରହିଛି। ତେଣୁ ପାକିସ୍ତାନରେ ମଧ୍ୟ ଏଭଳି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।
ତେବେ ବିଲାୱଲ ଭୁଟ୍ଟୋଙ୍କ ପିପିପି ଏହାକୁ ଦୃଢ଼ ବିରୋଧ କରିଛି। କେବଳ ଭଗବାନଙ୍କୁ ବାଦ୍ ଦେଲେ ସିନ୍ଧ୍କୁ କେହି ଭାଗ କରିପାରିବେ ନାହିଁ ବୋଲି ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା କହିଛନ୍ତି। ତେବେ ଏ ନେଇ ପାକିସ୍ତାନ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ମାନଚିତ୍ର ଜାରି କରାଯାଇନାହିଁ।
Powered by Froala Editor