ପ୍ରଚଣ୍ଡ ଶୀତ ପ୍ରକୋପ, ରାଉରକେଲାରେ ୬.୬ ଡିଗ୍ରୀ ତାପମାତ୍ରା ରେକର୍ଡ
ଭୁବନେଶ୍ବର: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବାହିତ ହେଉଛି। ସାରା ରାଜ୍ୟ ହାଡ଼ଭଙ୍ଗା ଶୀତରେ ଥରୁଛି। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଅପେକ୍ଷା ଆଭ୍ୟନ୍ତରୀଣ, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ଜିଲା ଗୁଡ଼ିକରେ ପ୍ରଚଣ୍ଡ ଶୀତ ପ୍ରକୋପ ଅନୁଭୂତ ହେଉଛି। କିଛିଦିନ ହେଲା ଶୀତ ଲହରୀ ଜାରି ରହିଥିବା ବେଳେ ଆହୁରି ୨ଦିନ ପର୍ଯ୍ୟନ୍ତ ଶୀତ ଲହରୀ ପ୍ରକୋପ ଲାଗି ରହିବାର ସମ୍ଭାବନା ରହିଛି।
ଆଜି ରାଉରକେଲା ଓ ଝାରସୁଗୁଡାରେ ପାରଦ ୭ ଡିଗ୍ରୀ ତଳକୁ ଖସିଛି। ରାଉରକେଲାରେ ୬.୬ ଓ ଝାରସୁଗୁଡାରେ ୬.୮ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୧୧.୮ ଡିଗ୍ରୀ ରେକର୍ଡ ହୋଇଛି।
Powered by Froala Editor