ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ ଉଚ୍ଚ-ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଶ୍ରୀ ଡ଼ଃ କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ନିକୋ ପାର୍କ ଓ ତାହାର ପରିବେଶର ସମଗ୍ର ଉନ୍ନତି ସହିତ ଭୁବନେଶ୍ୱରର ଝଡ଼ଜଳ ପରିଚାଳନାକୁ ଆହୁରି ସୁଦୃଢ଼ କରିବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି। ବୈଠକରେ ବିଧାୟକ ଶ୍ରୀ ବାବୁ ସିଂହ, ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ , ବିଏମସି କମିଶନର-କମ୍-ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ଚଞ୍ଚଳ ରଣା ଓ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସମୀକ୍ଷା ସମୟରେ ମନ୍ତ୍ରୀ ଗଙ୍ଗୁଆ ଉନ୍ନତି କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ନିର୍ଦେଶ ଦେଇ, ଆସନ୍ତା ବର୍ଷା ପୂର୍ବରୁ ଦୃଶ୍ୟମାନ ପରିବର୍ତ୍ତନ ଆଣିବା ଉପରେ ଜୋର ଦେଇଛନ୍ତି । ସେ ଏହାକୁ ଏକ ସମନ୍ୱୟିତ ପ୍ରୟାସରେ ପରିଣତ କରି, ନିକୋ ପାର୍କ ଅଞ୍ଚଳର ମନୋରଞ୍ଜନ ଓ ସାମାଜିକ ସୁବିଧା ବୃଦ୍ଧି, ଗଙ୍ଗୁଆ ନଳାର ପୁନରୁଦ୍ଧାର ଓ ସ୍ଵଚ୍ଛ ଜଳରାଶି ପ୍ରବାହ ସୁନିଶ୍ଚିତକରଣ କାମଗୁଡ଼ିକୁ ଏକାସଙ୍ଗରେ ଆଗେଇ ନେବାକୁ ପରାମର୍ଶ ଦେଇଛନ୍ତି।
Powered by Froala Editor