Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Thursday, November 05, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ...

  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ...

  • ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ ...

  • ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ ...

  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ...

  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ...

  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ...

  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ...

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ...

ରାଜ୍ୟ
Home ›› ରାଜ୍ୟ ››କେବଳ ମୁକାବିଲାକୁ ଅପେକ୍ଷା, ୭ଟାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ

କେବଳ ମୁକାବିଲାକୁ ଅପେକ୍ଷା, ୭ଟାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ

2025-12-09 05:34:15
13946
Share:
Facebook
Twitter
E-Mail
WhatsApp
Telegram
କେବଳ ମୁକାବିଲାକୁ ଅପେକ୍ଷା, ୭ଟାରୁ ଆରମ୍ଭ ହେବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ ଅପେକ୍ଷା। ଏହି ଐତିହାସିକ ଷ୍ଟାଡିୟମ୍‌ରେ ମଙ୍ଗଳବାର ଖେଳାଯିବ ଭାରତ-ଦକ୍ଷିଣ ଆଫ୍ରିକା ଟ୍ବେଣ୍ଟି୨୦ ମ୍ୟାଚ। ୫ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ବାରବାଟୀରେ ଖେଳାଯିବ। ଏଥିପାଇଁ ନୂଆ ରୂପରେ ସଜେଇ ହୋଇଛି ବାରବାଟୀ। ଦୁଲୁକୁଛି କଟକ। ଉଲ୍ଲାସରେ ଭରିଛି ସାରା ଓଡ଼ିଶା। ବଢ଼ିଚାଲିଛି ପ୍ରଶଂସକଙ୍କ ହୃଦସ୍ପନ୍ଦନ। ରାତି ୭ଟାରୁ ଖେଳାଯିବ ମ୍ୟାଚ।

ଫ୍ଲଡ୍‌ଲାଇଟ ସହ ୪୦ ହଜାରରୁ ଅଧିକ ଦର୍ଶକରେ ଉଛୁଳିବ ବାରବାଟୀ। ମଙ୍ଗଳବାର ମଧ୍ୟାହ୍ନରୁ କଟକର ସହରର ସମସ୍ତ ରାସ୍ତା ବାରବାଟୀ ଆଡ଼କୁ ମୁହାଁଇବ। ୧୦ ମାସ ପରେ ବାରବାଟୀରେ ଖେଳାଯିବ ଆଉ ଏକ ଅନ୍ତର୍ଜାତୀୟ ମ୍ୟାଚ। ଏହାକୁ ନେଇ କ୍ରିକେଟପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ବଢ଼ିବାରେ ଲାଗିଛି। ଭାରତ ଦିନିକିଆ ଶୃଙ୍ଖଳା ବିଜୟୀ ହେବା ପରେ ଟ୍ବେଣ୍ଟି୨୦ ଶୃଙ୍ଖଳାର ଗୁରୁତ୍ବ ବଢ଼ିଯାଇଛି। ଶୃଙ୍ଖଳା ବାରବାଟୀରୁ ଆରମ୍ଭ ହେବାକୁ ଥିବାରୁ କ୍ରିକେଟପ୍ରେମୀ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ ନେଇ ଆଶା ରଖିଛନ୍ତି। ମ୍ୟାଚକୁ ନେଇ ଓଡ଼ିଶା କ୍ରିକେଟପ୍ରେମୀଙ୍କ ମଧ୍ୟରେ ଉତ୍କଣ୍ଠା ଅନ୍‌ଲାଇନ୍‌ରେ ଟିକଟ କିଣିବାରୁ ଆରମ୍ଭ କରି ଟିକଟ ବିକ୍ରିରେ ପ୍ରତିଫଳିତ ହୋଇସାରିଛି।

ବାରବାଟୀରେ ଏହା ହେବ ଚତୁର୍ଥ ଅନ୍ତର୍ଜାତୀୟ ଟ୍ବେଣ୍ଟି୨୦ ମ୍ୟାଚ। ପୂର୍ବରୁ ଭାରତ ଉକ୍ତ ଗ୍ରାଉଣ୍ଡରେ ୩ଟି ମ୍ୟାଚ ଖେଳି ଗୋଟିଏ ଜିତିଛି ଓ ଦୁଇଟିରେ ପରାଜିତ ହୋଇଛି। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ଦୁଇଟି ମ୍ୟାଚ ଖେଳି ଦୁଇଟିଯାକ ବିଜୟୀ ହୋଇଛି। ଦକ୍ଷିଣ ଆଫ୍ରିକା ଦୁଇଟିଯାକ ମ୍ୟାଚରେ ଭାରତକୁ ପରାସ୍ତ କରିଛି। ଉଭୟ ଦଳ ବାରବାଟୀରେ ତୃତୀୟ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି। ଦକ୍ଷିଣ ଆଫ୍ରିକା ସପକ୍ଷରେ ରେକର୍ଡ ରହିଥିଲେ ମଧ୍ୟ ମ୍ୟାଚକୁ ନେଇ ପୂର୍ବାନୁମାନ କରିବା କଷ୍ଟକର ହୋଇଛି। ପ୍ରଥମଥର ବାରବାଟୀରେ ନାଲି ମାଟି ପିଚରେ ମ୍ୟାଚ ଖେଳାଯିବାକୁ ଥିବାରୁ ହାଇସ୍କୋରିଂ ହେବା ନେଇ ଯଥେଷ୍ଟ ସମ୍ଭାବନା ରହିଛି। ମ୍ୟାଚ ପାଇଁ ସୋମବାର ଭାରତ ଓ ଦକ୍ଷିଣ ଆଫ୍ରିକା ଦଳ ଜୋରଦାର ଅଭ୍ୟାସ କରିଥିଲେ।

ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଅପରାହ୍ଣ ୧ଟାରୁ ୪ଟା୩୦ ପର୍ଯ୍ୟନ୍ତ ୩ ଘଣ୍ଟାରୁ ଅଧିକ ସମୟ ନେଟ୍‌ ପ୍ରାକ୍ଟିକ୍ସ କରିଥିଲା। ସେହିପରି ଐଡେନ ମାର୍କରାମଙ୍କ ନେତୃତ୍ବାଧୀନ ଦକ୍ଷିଣ ଆଫ୍ରିକା ଦଳ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଅଭ୍ୟାସ କରିଥିଲା। ନେଟ୍‌ସ ସମୟରେ ଭାରତୀୟ ଦଳର ଯୁବ ତାରକା ଅଭିଷେକ ଶର୍ମା. ଶୁଭମନ ଗିଲ୍‌ ଓ ଯଶପ୍ରୀତ ବୁମ୍‌ରା ଆକର୍ଷଣ ରହିଥିଲେ। ମ୍ୟାଚକୁ ତ୍ରୁଟିଶୂନ୍ୟ ପରିଚାଳନା ନେଇ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାଛଡ଼ା କମିଶନରେଟ ପୁଲିସ ପକ୍ଷରୁ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯଇଛି।

Powered by Froala Editor

Tags Barabati match

Related articles Odisha News Lens 4.1

  • ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ବୃଦ୍ଧି
    ଦେଶ-ଦେଶାନ୍ତର

    ବର୍ଷକ ମଧ୍ୟରେ ଚିନି ଦର ୧୨ରୁ ୧୩ ଟଙ୍କା ବୃଦ୍ଧି

    14435
    Nov 05, 2026
  • ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ,  ୬.୭୮ କୋଟି ଜବତ
    ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ କୋଟି ଜବତ

    14982
    Nov 05, 2026
  • ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ
    ଦେଶ-ଦେଶାନ୍ତର

    ମେଟା ଇଣ୍ଡିଆ ବିରୋଧରେ ମାମଲା ରୁଜୁ

    15385
    Nov 05, 2026
  • ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା: ରିପବ୍ଲିକାନ୍ ପାର୍ଟିକୁ ...
    ଦେଶ-ଦେଶାନ୍ତର

    ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା: ରିପବ୍ଲିକାନ୍ ପାର୍ଟିକୁ ...

    15172
    Nov 04, 2026
  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ  ବୃଦ୍ଧି
    ବାଣିଜ୍ୟ

    ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13817
    Nov 04, 2026
  • ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା
    ଦେଶ-ଦେଶାନ୍ତର

    ଭାରତୀୟ ସେୟାର ବଜାରରେ ଉତ୍ସାହ, ସେନସେକ୍ସ ୧୬୦୦ ପଏଣ୍ଟ ଉପରକୁ ଉଠିଲା

    13747
    Nov 05, 2026
  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ  ଏହି ସ୍ୱତନ୍ତ୍ର ଖାଦ୍ୟ
    ବିଶେଷ

    ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    13738
    Nov 05, 2026
  • ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ କରିବାର ସୁଯୋଗ
    ଦେଶ-ଦେଶାନ୍ତର

    ଅଗ୍ନିବୀରଙ୍କୁ ମିଳିବ ଆଉ ୨ ବର୍ଷ କାମ କରିବାର ସୁଯୋଗ

    14965
    Nov 05, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...
    ଦେଶ-ଦେଶାନ୍ତର

    ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ...

    15293
    Nov 04, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ୟୁଟ୍ୟୁବ୍‌ ଦେଖି ନକଲି ନୋଟ୍ ଛାପିଲେ, ୬.୭୮ କୋଟି ଜବତ

    14982
    Nov 05, 2026
  • ଦେଶ-ଦେଶାନ୍ତର

    ମଧ୍ୟବର୍ତ୍ତୀକାଳୀନ ନିର୍ବାଚନରେ ଟ୍ରମ୍ପଙ୍କୁ ଝଟ୍‌କା: ରିପବ୍ଲିକାନ୍ ପାର୍ଟିକୁ ହରାଇ ଡେମୋକ୍ରାଟିକ୍ ପାର୍ଟି ବିଜୟ

    15172
    Nov 04, 2026
  • ବିଶେଷ

    ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    13738
    Nov 05, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17249
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17948
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17893
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18312
    Sep 06, 2023

ବିଶେଷ

  • ଶରୀରକୁ ଅନେକ ରୋଗ ସହ ଲଢିବାରେ ସହାୟକ ହୋଇଥାଏ ଏହି ସ୍ୱତନ୍ତ୍ର ଖାଦ୍ୟ

    13738
    Nov 05, 2026
  • କଦଳୀପତ୍ରରେ ଖାଇଲେ ସୁସ୍ଥ ରହିଥାଏ ଶରୀର ଓ ମନ

    14825
    Nov 01, 2026
  • ଶୀତଦିନରେ କେମିତି ନେବେ ମେକଅପ ଜାଣନ୍ତୁ.....

    15807
    Oct 30, 2026
  • ଅଫିସ ଚାପରୁ ମୁକ୍ତି ପାଇବେ କିପରି, ଫୋଲୋ କରନ୍ତୁ ଏହି ଟିପ୍ସ....

    14987
    Oct 27, 2026
  • ଶୀତରେ ଶରୀରକୁ ଗରମ ରଖିବ ଏହି ଖାଦ୍ୟ, ଆଜି ହିଁ ଡାଇଟ୍‌ରେ କରନ୍ତୁ ସାମିଲ

    16180
    Oct 26, 2026

ବାଣିଜ୍ୟ

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ହୋଇଛି ଜବରଦସ୍ତ ବୃଦ୍ଧି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ଉଛାଳ ଯୋଗୁଁ ମାତ୍ର ଗୋଟିଏ ଦିନରେ ମୁକେଶ ଅମ୍ବାନୀଙ୍କୁ ପ୍ରାୟ ୭୯,୭୦୦ କୋଟି ଟଙ୍କାର ଲାଭ ହୋଇଛି। ସୋମବାର ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା। କମ୍ପାନୀର ସେୟାର ପ୍ରାୟ ୧୨ ପ ...

  • ଭି.ଏ.ଏମ୍.ଏଲ୍ କୋଇଲା ଖଣି ସୁରଭି ୨୦୨୬କୁ ସମର୍ଥନ କରିବା ସହିତ ଯୁବ ପ୍ରତିଭାଙ୍କ ପାଇଁ ଏକ ବ୍ୟାପକ ମଞ୍ଚ ସୃଷ୍ଟି କରିଛି

    13909
    Nov 03, 2026
  • ୨୦ ପ୍ରତିଶତ ଶସ୍ତା ହେଲା ସୁନା

    14411
    Nov 01, 2026
  • ଲାଞ୍ଜିଗଡ଼ ସ୍ଥିତ ଭିଏଏମ୍ଏଲ୍ ଦକ୍ଷତା କେନ୍ଦ୍ରର ସଦ୍ୟତମ ବ୍ୟାଚ୍ ଅଗ୍ରଣୀ କମ୍ପାନୀଗୁଡ଼ିକରେ ନିଯୁକ୍ତି ସୁନିଶ୍ଚିତ କରିଛି

    15855
    Oct 31, 2026
  • ଖିମଜୀ ଜୁଏଲର୍ସ ପକ୍ଷରୁ ‘ଧନତେରସ୍ ଧନବର୍ଷା’ ଉନ୍ମୋଚିତ, ସମଗ୍ର କଲେକ୍ସନସ୍ ଉପରେ ଉତ୍ସବ ଅଫର ବର୍ଷା

    14109
    Oct 31, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ସେୟାରରେ ରେକର୍ଡ ବୃଦ୍ଧି

    13817
    Nov 04, 2026
  • ଜଳି ପାଉଁଶ ହୋଇଗଲା ୮୦ ଅସ୍ଥାୟୀ ଝମ୍ପୁଡ଼ି ଘର, ୨ ମୃତ

    14715
    Nov 04, 2026
  • ପତ୍ନୀକୁ ପତି ବୋକା’ ଓ ‘ଅଦରକାରୀ’ କହି ଗାଳିଦେଲେ ଏହାକୁ ନିଷ୍ଠୁରତା କୁହାଯାଇପାରିବ ନାହିଁ: ସୁପ୍ରିମକୋର୍ଟ

    15293
    Nov 04, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In