ମହାପ୍ରଭୁଙ୍କ ଦର୍ଶନ କଲେ ଭାରତୀୟ ଦଳର ୪ ଖେଳାଳି
ଭୁବନେଶ୍ବର: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଭାରତୀୟ ଦଳର ୪ ଖେଳାଳି । କୋଚ୍ ଗୌତମ ଗମ୍ଭୀରଙ୍କ ସହିତ କ୍ୟାପଟେନ ସୂର୍ଯ୍ୟକୁମାର ଯାଦବ, ତିଲକ ବର୍ମା, ୱାଶିଂଟନ ସୁନ୍ଦର, ହାର୍ଦ୍ଦିକ ପାଣ୍ଡ୍ୟା ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ସହ ଆଶିଷ ଲୋଡିଛନ୍ତି । କ୍ୟାପଟେନ ସୂର୍ଯ୍ୟକୁମାରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।
ଏହାପୂର୍ବୁରୁ ଟିମ୍ ଇଣ୍ଡିଆ ପାଇଁ ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଦୀପଦାନ କରାଯାଇ ଆଜିର ମ୍ୟାଚରେ ଭାରତୀୟ ଦଳର ବିଜୟ ପାଇଁ ପ୍ରାର୍ଥନା କରିଛନ୍ତି । ଆଜି ବାରବାଟୀରେ ସନ୍ଧ୍ୟା ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦ର ପ୍ରଥମ ମ୍ୟାଚ ଖେଳାଯିବ ।
Powered by Froala Editor