ମାସ୍ ଲିଭ୍ ରେ ଯିବାକୁ ଦେଲେ ଧମକ ପ୍ରାଥମିକ ଶିକ୍ଷକ
ତିନି ଦିନ ଧରି ଲୋୟର ପିଏମଜିରେ ଚାଲିଛି ପ୍ରାଥମିକ ଶିକ୍ଷକଙ୍କ ଅହୋରାତ୍ର ଧାରଣା । ସ୍କୁଲରେ ପାଠପଢା ଛାଡି ଆନ୍ଦୋଳନରେ ସାମିଲ ହୋଇଛନ୍ତି ରାଜ୍ୟର ପ୍ରାୟ ୬୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟତ୍ରୀ । ଦୁଇ ଦଫା ଦାବିରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ ମହାସଂଘ। ୨୦୦୧ରୁ ଏପର୍ଯ୍ୟନ୍ତ କାର୍ଯ୍ୟରତ ସମସ୍ତ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀ ବାNPS ବର୍ଗଙ୍କ ଠିକା ଅବଧିକୁ ନିୟମିତ ମାନ୍ୟତା ସହ ନୋସନାଲ ଇନ୍ କ୍ରିମେଣ୍ଟ ପ୍ରଦାନ କରାଯାଉ । ଏଥିସହ ରାଜ୍ୟର ପ୍ରାଥମିକ ଶିକ୍ଷକଙ୍କୁ ୩୫ ହଜାର ୪ଶହ ଟଙ୍କା ଗ୍ରେଡ୍ ପେ ହାରରେ ଦରମା ପ୍ରଦାନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକମାନେ ।
ଦୁଇ ଦଫା ଦାବି ନେଇ ଗତକାଲି ଗଣଶିକ୍ଷା ମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ସହ ଶିକ୍ଷକ ମହାସଂଘର ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଏହା ବିଫଳ ହେବା ପରେ ଆଜି ବିଧାନସଭା ବନ୍ଦ ସତ୍ତ୍ବେ ଆନ୍ଦୋଳନ ଜାରି ରଖିଛନ୍ତି ଶିକ୍ଷକମାନେ ।ମହାସଂଘର କହିବା ଅନୁସାରେ, ଯେପର୍ଯ୍ୟନ୍ତ ଦାବୀ ପୂରଣ ହେବନି ସେପର୍ଯ୍ୟନ୍ତ ରାଜଧାନୀରୁ ବ୍ଲକ ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ । ଦରକାର ପଡିଲେ ସେମାନେ ମାସ ଲିଭରେ ଯିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।
ରାଜ୍ୟରେ ପ୍ରାୟ ୫୫ ହଜାର ସ୍କୁଲରେ ଦେଢ ଲକ୍ଷରୁ ଅଧିକ ପ୍ରାଥମିକ ଶିକ୍ଷକ ଶିକ୍ଷୟତ୍ରୀ ପାଠ ପଢାଉଥିବା ବେଳେ ଏହି ଆନ୍ଦୋଳନ ଯୋଗୁଁ ଏବେ ୪୦ ପ୍ରତିଶତ ଶିକ୍ଷକରେ ପାଠପଢା ଚାଲିଛି । ଆଉ ଯେଉଁଥିପାଇଁ ପିଲାଙ୍କ ପାଠପଢା ବାଧାପ୍ରାପ୍ତ ହୋଇଛି ।
Powered by Froala Editor