ରାଜ୍ୟ ବାହାରେ ବି ବଢୁଛି ମାଣ୍ଡିଆ ଆଦର, ୧ କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ରପ୍ତାନି
ଭୁବନେଶ୍ବର: ବଢ଼ୁଛି ମାଣ୍ଡିଆର ଚାହିଦା। କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ମାଣ୍ଡିଆ ପ୍ରତି ଆଦର ଦେଖିବାକୁ ମିଳିଛି। ପ୍ରଥମଥର ପାଇଁ ୧ କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ଆନ୍ଧ୍ରପ୍ରଦେଶ ଏବଂ ଆଣ୍ଡାମାନ-ନିକୋବର ଅଞ୍ଚଳକୁ ଓଡ଼ିଶା ରପ୍ତାନି କରିଥିବା ଜଣାପଡ଼ିଛି। ଗତବର୍ଷ ମୋଟ୍ ୭,୫୮,୦୦୦ କୁଇଣ୍ଟାଲ୍ ମାଣ୍ଡିଆ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ତରଫରୁ ଶ୍ରୀଅନ୍ନ ଅଭିଯାନ ଅଧୀନରେ ମାଣ୍ଡିଆ ବିତରଣ ଏବଂ କ୍ରୟ ସମ୍ବନ୍ଧୀୟ ବୈଠକ ପ୍ରମୁଖ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଓଡ଼ିଶା ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦେଶକ ସୁଦର୍ଶନ ଚକ୍ରବର୍ତ୍ତୀ ଏବଂ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦେଶକ ଶୁଭମ ସକ୍ସେନାଙ୍କ ସହ ଭାରତୀୟ ଖାଦ୍ୟ ନିଗମ, ଓଡ଼ିଶା ଜନଜାତି ବିକାଶ ସମବାୟ ନିଗମ ଲି. ଏବଂ କୃଷି ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Powered by Froala Editor