୪ ହଜାରରୁ ଅଧିକ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କଲେ ସରକାର
ଭୁବନେଶ୍ଵର : ଆଜି ବିଧାନସଭାରେ ଶୀତ ଅଧିବେଶନର ତୃତୀୟ ଦିବସ। ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ସେ କହିଛନ୍ତି ୪ ହଜାରରୁ ଅଧିକ ମନ୍ଦିରର ଆର୍ଥିକ ଅନୁଦାନ ରାଶି ବୃଦ୍ଧି କରିଛନ୍ତି ସରକାର। ପୂର୍ବାପେକ୍ଷା ଅଢେଇ କୋଟି ଅଧିକ ଅନୁଦାନ ଯୋଗାଇ ଦେଇଛନ୍ତି। ସରକାର ୫ କୋଟି ବଦଳରେ ୭ କୋଟି ୫୦ ଲକ୍ଷ ଟଙ୍କା ଯୋଗାଇ ଦେଇଛନ୍ତି।
Powered by Froala Editor