୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାମ କରିବାକୁ ନିର୍ଦ୍ଦେଶ
ବଢୁଥିବା ପ୍ରଦୂଷଣ ଯୋଗୁଁ ଦିଲ୍ଲୀ ସରକାର ସମସ୍ତ କାର୍ଯ୍ୟାଳୟ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀଙ୍କ ସହିତ କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଜାରି ଏକ ନିର୍ଦ୍ଦେଶ ଅନୁସାରେ ବାକି କର୍ମଚାରୀ ଘରୁ କାମ କରିବେ। ଏହି ନିର୍ଦ୍ଦେଶ ପରିବେଶ ବିଭାଗ ତରଫରୁ ପରିବେଶ ସଂରକ୍ଷଣ ଅଧିନିୟମ ୧୯୮୬ ଧାରା-୫ ଅନୁସାରେ ରାଜଧାନୀରେ ପରିଚାଳିତ ଦିଲ୍ଲୀ ସରକାରଙ୍କ କାର୍ଯ୍ୟାଳୟ ଗୁଡିକ ଏବଂ ଘରୋଇ କାର୍ଯ୍ୟାଳୟରେ ଜାରି କରାଯାଇଛି।
"ଅତ୍ୟନ୍ତ ଖରାପ" ବର୍ଗକୁ ପହଞ୍ଚିବା ପରିପ୍ରେକ୍ଷୀରେ, ପରିବେଶ ବିଭାଗ ଏକ ନିର୍ଦ୍ଦେଶ ଜାରି କରିଛି ଯେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକ ଏବେ କେବଳ ୫୦% କର୍ମଚାରୀଙ୍କ ସହିତ କାର୍ଯ୍ୟ କରିବେ, ବାକି କର୍ମଚାରୀମାନେ ଘରୁ କାମ କରିବେ।
ଏହି ନିଷ୍ପତ୍ତି ଗ୍ରେଡେଡ୍ ରେସପନ୍ସ ଆକ୍ସନ୍ ପ୍ଲାନ (GRAP) ର ଷ୍ଟେଜ୍ III ଅଧୀନରେ ନିଆଯାଇଛି, ଯାହା ଦିଲ୍ଲୀ ଏବଂ NCRରେ ବାୟୁ ଗୁଣବତ୍ତା ଖରାପ ହେଲେ କାର୍ଯ୍ୟକାରୀ ହୁଏ। ନିର୍ଦ୍ଦେଶରେ କୁହାଯାଇଛି ଯେ ଗତ କିଛି ଦିନ ଧରି ଦିଲ୍ଲୀର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ତରରେ ରହିଛି। ତେଣୁ, ଯାନବାହନ ପ୍ରଦୂଷଣ ହ୍ରାସ କରିବା ପାଇଁ ଅଫିସରେ ଉପସ୍ଥିତି ହ୍ରାସ କରିବା ଆବଶ୍ୟକ ବୋଲି ବିବେଚନା କରାଯାଉଛି।
ସୋମବାର ସକାଳ ପର୍ଯ୍ୟନ୍ତ ଦିଲ୍ଲୀରେ ଏକ୍ୟୁଆଇ ୩୯୬ ପଏଣ୍ଟରେ ଥିଲା। ଅର୍ଥାତ୍ ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏଥିରେ ସୁଧାର ଆସିବା ସମ୍ଭାବନା ନାହିଁ।
Powered by Froala Editor