ତାମିଲନାଡୁରେ ବସ୍ ଦୁର୍ଘଟଣା: ୬ ଯାତ୍ରୀ ମୃତ
ତାମିଲନାଡୁ ତେନକାସି ଜିଲ୍ଲାରେ ଦୁଇ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଚାଲିଗଲା ୬ ଜୀବନ, ୨୮ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ଥାନୀୟଲୋକ ବସ୍ ଭିତରୁ ଯାତ୍ରୀଙ୍କୁ ଉଦ୍ଧାର କରୁଥିବା ବେଳେ ପୁଲିସ ମଧ୍ୟ ରେସ୍କ୍ୟୁ କରୁଥିବା ଜଣାପଡିଛି।
ସୂଚନାନୁସାରେ, ସୋମବାର ସକାଳେ ମଦୁରାଇରୁ ସେନକୋଟାଇ ଯାଉଥିବା ଏକ ବସ୍ ଏବଂ ଟେନକାସିରୁ କୋଭିଲପଟ୍ଟି ଅଭିମୁଖେ ଆସୁଥିବା ଅନ୍ୟ ଏକ ବସ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଦୁର୍ଘଟଣାରେ ଉଭୟ ଗାଡ଼ି ଭାଙ୍ଗି ଯାଇଥିବା ବେଳେ ଦୁଇଟି ବସ୍ର ଯାତ୍ରୀ ଏହି ଦୁର୍ଘଟଣାରେ ଆହତ ହୋଇଥିଲେ। କୁହାଯାଉଛି ଯେ, ଦୁର୍ଘଟଣା ଘଟିବା ବେଳେ ଦୁଇଟି ବସ୍ରେ ୫୫ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାସ୍ଥଳରୁ ସାମ୍ନାକୁ ଆସିଥିବା ଦୃଶ୍ୟରେ ରାସ୍ତା ଉପରେ ଭଙ୍ଗା କାଚ ବିଛାଡ଼ି ହୋଇ ପଡ଼ିଥିବା ଦେଖାଯାଇଛି। ଏହି ଦୁର୍ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ସ୍ଥାନୀୟ ପୁଲିସ କହିବାନୁସାରେ, ମଦୁରାଇରୁ ସେନକୋଟ୍ଟାଇ ଯାଉଥିବା ବସର ଡ୍ରାଇଭର ଅତି ବେପାରୁଆ ଭାବେ ଗାଡି ଚଲାଉଥିଲେ । ଗାଡିର ବେଗ ଅଧିକ ଥିବାରୁ ବସ ନିୟନ୍ତ୍ରଣ କରିନପାରି ସାମ୍ନାରୁ ଆସୁଥିବା ଆଉ ଏକ ବସ୍ ଧକ୍କା ଦେଇଥିଲା। ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣ ଯାତ୍ରୀ ଜୀବନ ଯାଇଥିବା ବେଳେ ୨୮ରୁ ଅଧିକ ଯାତ୍ର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
Powered by Froala Editor