ଏୟାର ଶୋ’ରେ ଜଳିଗଲା ତେଜସ, ପାଇଲଟଙ୍କ ମୃତ୍ୟୁ
ଦୁବାଇ ଏୟାର ଶୋ’ରେ ପ୍ରଦର୍ଶନ ସମୟରେ ଏକ ଭାରତୀୟ ତେଜସ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଘଟଣାଟି ସ୍ଥାନୀୟ ସମୟ ଅପରାହ୍ନ ୨ଟା୧୦ ରେ ଘଟିଥିଲା, ଯେତେବେଳେ ହଜାର ହଜାର ଦର୍ଶକ ବିମାନର ଷ୍ଟଣ୍ଟ ଦେଖୁଥିଲେ। ମଝି ଆକାଶରେ ମୋଡ଼ ନେବା ସମୟରେ, ପାଇଲଟ ହଠାତ ସ୍ବଦେଶୀ ଯୁଦ୍ଧ ବିମାନ LCA ତେଜସ ଉପରୁ ନିୟନ୍ତ୍ରଣ ହରାଇଲେ ଏବଂ ବିମାନଟି ଖୁବ ଜୋରରେ ଭୂମିରେ ଆଘାତ ପାଇଲା। ଏହି ଦୁର୍ଘଟଣାରେ ପାଇଲଟଙ୍କ ମୃତ୍ୟୁ ହୋଇଥିବା ବାୟୁସେନା ପକ୍ଷରୁ ପରେ ସୂଚନା ଦିଆଯାଇଛି।
ଏଥିରେ ପାଇଲଟ ନମନ ସାୟାଲଙ୍କର ମୃତ୍ୟୁ ଘଟିଛି । ସେ ହିମାଚଳ ପ୍ରଦେଶ କାଙ୍ଗରା ଜିଲ୍ଲାର ବାସିନ୍ଦା । ବିମାନଟି ତଳକୁ ଖସିବା କ୍ଷଣି ସେଥିରେ ନିଆଁ ଲାଗିଯାଇଥିଲା । ପାଇଲଟ ନମନଙ୍କ ବାପା ପ୍ରଥମେ ଏହି ଦୁଃଖଦ ଘଟଣା ବିଷୟରେ YouTube ମାଧ୍ୟମରେ ଜାଣିବାକୁ ପାଇଲେ । ହିମାଚଳ ପ୍ରଦେଶର କାଙ୍ଗଡ଼ାର ବାସିନ୍ଦା ଜଗନ ନାଥ ସିଆଲ ଏକ ଏୟାର ଶୋ’ର ଭିଡିଓ ଦେଖୁଥିଲେ, ହଠାତ୍ ସେ ତେଜସ୍ ଦୁର୍ଘଟଣାର ଖବର ଦେଖିଲେ ଏବଂ କିଛି ମୁହୂର୍ତ୍ତ ମଧ୍ୟରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଗଲା ।
ନମନଙ୍କ ବାପା ମଧ୍ୟ ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ । ସେ ତାଙ୍କ ପୁଅ ସହିତ ଗୋଟିଏ ଦିନ ପୂର୍ବରୁ କଥା ହୋଇଥିଲେ। ନମନ ତାଙ୍କୁ ଟିଭି କିମ୍ବା ୟୁଟ୍ୟୁବ୍ରେ ତାଙ୍କ ପ୍ରଦର୍ଶନ ଦେଖିବାକୁ କହିଥିଲେ। ସନ୍ଧ୍ୟା ପ୍ରାୟ ୪ଟା ସମୟରେ ଭିଡିଓ ଖୋଜୁଥିବା ସମୟରେ ସେ ଦୁର୍ଘଟଣା ରିପୋର୍ଟ ପାଇଲେ । କିଛି ସମୟ ପରେ, ୬ ଜଣ ବାୟୁସେନା ଅଧିକାରୀ ଘରେ ପହଞ୍ଚିଲେ, ଯାହା ତାଙ୍କୁ ନିଶ୍ଚିତ କରିଥିଲେ ଯେ କିଛି ଗମ୍ଭୀର ଘଟଣା ଘଟିଛି ।
ନମନଙ୍କ ପରିବାର ବର୍ତ୍ତମାନ କୋଏମ୍ବାଟୁରରେ ଅଛନ୍ତି । ନମନଙ୍କ ପତ୍ନୀ ଜଣେ ଏୟାରଫୋର୍ସ ଅଧିକାରୀ । ନମନଙ୍କ ବାପାମାଆ ଗତ ଦୁଇ ସପ୍ତାହ ହେବ ସେମାନଙ୍କର ୭ ବର୍ଷର ନାତୁଣୀ ଆର୍ଯ୍ୟାଙ୍କ ଯତ୍ନ ନେଉଛନ୍ତି ।
Powered by Froala Editor