ଏସଆଇ ସ୍କାମ: ଆଜି ସିବିଆଇରେ ଆଉ ଜଣେ ପରୀକ୍ଷାର୍ଥୀ ହାଜର
ଭୁବନେଶ୍ୱର: ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଅନିୟମିତତା ଘଟଣାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ତଦନ୍ତକୁ ଜୋରଦାର କରିଛି । ସିବିଆଇରେ ଆଜି ଆଉ ଜଣେ ପରୀକ୍ଷାର୍ଥୀ ହାଜର ହୋଇଛନ୍ତି । ଆଜି ହାଜର ପରୀକ୍ଷାର୍ଥୀ ଜଣଙ୍କ ପୂର୍ବରୁ କ୍ରାଇମବ୍ରାଞ୍ଚ ଦ୍ୱାରା ଗିରଫ ହୋଇଥିଲେ । ଗତକାଲି ୪ଜଣଙ୍କୁ ମାରାଥନ ଜେରା କରିଥିଲା ସିବିଆଇ । ରାତି ୧୨ଟା ପର୍ୟ୍ୟନ୍ତ ସେମାନଙ୍କୁ ପଚରାଉଚରା କରିଥିଲା ।
କିଭଳି ଡିଲ୍ ହୋଇଥିଲା ଓ କିଏ ସେମାନଙ୍କୁ ଯୋଗାଯୋଗ କରିଥିଲା, ଏମିତି କିଛି ନୂଆ ତଥ୍ୟ ପ୍ରମାଣ ହାତେଇବାକୁ ସିିବିଆଇ ଜେରା କରୁଛି ।
Powered by Froala Editor