ଆଜିଠୁ ମୋଦିଙ୍କ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତ
ନୂଆଦିଲ୍ଲୀ: ଆଜିଠୁ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଜି-20 ଲିଡର୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । ଜି-20 ସମ୍ମିଳନୀରେ ଭାରତର ଏଜେଣ୍ଡା ଉପସ୍ଥାପନା କରିବେ ପ୍ରଧାନମନ୍ତ୍ରୀ ।
ଆଜିଠୁ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଜି-20 ସମ୍ମିଳନୀ ଆରମ୍ଭ ହୋଇଛି । ଯାହା ଆସନ୍ତା 23 ନଭେମ୍ବର ପର୍ଯ୍ୟନ୍ତ ଚାଲିବ । ତେବେ ପ୍ରଥମ ଥର ପାଇଁ ଜି-20 ସମ୍ମିଳନୀ ଆଫ୍ରିକା ମହାଦେଶରେ ଆୟୋଜନ କରାଯାଉଛି । ଚତୁର୍ଥ ଥର ପାଇଁ ଆୟୋଜନ ହେଉଛି ଜି-20 ସମ୍ମିଳନୀ । ଏହା ପୂର୍ବରୁ ଇଣ୍ଡୋନେସିଆ, ବ୍ରାଜିଲ, ଭାରତରେ ଏହି ସମ୍ମିଳନୀ ଆୟୋଜିତ ହୋଇସାରିଛି ।
ବୈଦେଶିକ ମନ୍ତ୍ରଣାଳୟ ସେକ୍ରେଟାରୀ ସୁଧାକର ଦଲେଲା କହିଛନ୍ତି, ‘ଜି-20 ଏକ ଗୁରୁତ୍ବପୂର୍ଣ୍ଣ ଫୋରମ ଅଟେ । ରାଷ୍ଟ୍ରଙ୍କ ସହମତିରେ ଅନେକ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି । ଏଥିସହ ଗ୍ଲୋବାଲ ସାଉଥ ଉପରେ ପ୍ରଭାବ ପକାଉଥିବା ଅନେକ ବିଷୟ ଉପରେ ଆଲୋଚନା ହୋଇଛି ।’ ସେ ଆହୁରି କହିଛନ୍ତି, ଆମେ ବହୁତ ଖୁସି ଗ୍ଲୋବାଲ ସାଉଥର ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା ଆଲୋଚନା ହେବ । ଏଥିସହ ଏହିସବୁ ପ୍ରସଙ୍ଗକୁ ଗୁରୁତ୍ବ ଦିଆଯିବ । ଚଳିତ ବର୍ଷର ଥିମ୍ ରହିଛି, ‘ଏକଜୁଟ-ସମାନତା-ସ୍ଥିରତା’ । ଏହା ଉପରେ ପ୍ରାଥମିକତା ଦିଆଯିବ ।
Powered by Froala Editor