୪୦୦ ଫୁଟ ଘାଟିରେ ଖସିପଡିଲା ଗାଡ଼ି, ୬ ମୃତ
ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାର ତାମହିନୀ ଘାଟ ଅଞ୍ଚଳରେ ଏକ SUV ୪୦୦ ଫୁଟ ଗଭୀର ଘାଟିରେ ଖସି ପଡ଼ିବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ରାୟଗଡ଼ ଜିଲ୍ଲାର ତାମହିନୀ ଘାଟରେ ପିକନିକ୍ ପାଇଁ ଯାଇଥିବା ୬ ଜଣ ଯୁବକ ଘାଟିରେ ଏକ SUV ଖସି ପଡ଼ିବା ଫଳରେ ମୃତ୍ୟୁବରଣ କରିଛନ୍ତି।
ଯଦିଓ ଦୁର୍ଘଟଣାଟି ମଙ୍ଗଳବାର ଭୋର ସମୟରେ ଘଟିଥିଲା, କିନ୍ତୁ ପୋଲିସ ଗୁରୁବାର ସକାଳେ ହିଁ ଏ ବିଷୟରେ ସୂଚନା ପାଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ଡ୍ରୋନ୍ କ୍ୟାମେରା ସାହାଯ୍ୟରେ ଗାଡ଼ିଟିକୁ ଠାବ କରାଯାଇଛି।
ମଙ୍ଗଳବାର ସକାଳେ ପରିବାର ସଦସ୍ୟ ମାନେ ଯେତେବେଳେ ଏହି ଯୁବକ ମାନଙ୍କୁ ଫୋନ୍ କଲେ, ସେମାନଙ୍କ ଫୋନ୍ ଲଗାତାର ବନ୍ଦ ଥିଲା। ଯେତେବେଳେ ସେମାନେ ସେମାନଙ୍କ ସହିତ ଯୋଗାଯୋଗ କରିପାରିଲେ ନାହିଁ, ପରିବାର ଚିନ୍ତିତ ହୋଇ ପୋଲିସକୁ ଯୋଗାଯୋଗ କରିଥିଲେ। ସୂଚନା ପାଇବା ପରେ, ପୋଲିସ ସେହି ଅଞ୍ଚଳ ଖୋଜାଖୋଜି ଆରମ୍ଭ କରିଥିଲା ଏବଂ ସେମାନେ ରାସ୍ତାର ଏକ ବିପଦପୂର୍ଣ୍ଣ ମୋଡ଼ରେ ସୁରକ୍ଷା ରେଲିଂ ଭାଙ୍ଗିଥିବା ଦେଖିବାକୁ ମିଳିଥିଲା । ତେବେ ଭଙ୍ଗା ରେଲିଂ ଦେଖିବା ପରେ ପୋଲିସ ସନ୍ଦେହ କରିଥିଲା । ଡ୍ରୋନ୍ କ୍ୟାମେରା ବ୍ୟବହାର କରି ସେମାନେ ଜାଣିପାରିଲେ ଯେ ଏକ ଏସୟୁଭି (SUV) ରେଲିଂ ଭାଙ୍ଗି ତଳେ ପଡ଼ିଛି।
ପୋଲିସ ଅଧିକାରୀ କହିଛନ୍ତି ଯେ ୧୮ ରୁ ୨୨ ବର୍ଷ ବୟସର ସମସ୍ତ ପୀଡିତ SUV ଟି ଘାଟିର ଗଭୀରରେ ଏକ ଗଛରେ ଫସି ରହିଥିବାର ଦେଖାଯାଇଥିଲା। ଦୃଶ୍ୟଟି ଭୟଙ୍କର ଥିଲା।ଉଦ୍ଧାରକାରୀ ଦଳ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। କଠିନ ପରିଶ୍ରମ ପରେ, ପୋଲିସ ଏବଂ ସ୍ଥାନୀୟ ବାସିନ୍ଦା ଘାଟି ଭିତରକୁ ଓହ୍ଲାଇ SUV ପାଖରେ ପହଞ୍ଚିଥିଲେ। ସେମାନେ ଛଅ ଜଣଙ୍କ ମୃତଦେହ ପାଇଥିଲେ । ସେମାନଙ୍କୁ ବାହାରକୁ ଆଣିବା ପରେ ଚିହ୍ନଟ କରାଯାଇଥିଲା।
Powered by Froala Editor