ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କଲା ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍
ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଅନୀଲ ଅମ୍ବାନୀଙ୍କ ସମ୍ପତ୍ତି ଆଟାଚ୍ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ରିଲାଏନ୍ସ ଗ୍ରୁପ୍ ଚେୟାରମ୍ୟାନ୍ ଅନୀଲ ଅମ୍ବାନୀଙ୍କର ନଭି ମୁମ୍ବାଇ, ଚେନ୍ନାଇ ଓ ପୁଣେରେ ଥିବା ସମ୍ପତ୍ତି ଆଟାଚ୍ କରିଛି ଇଡି । ଲୋନ୍ ଠକେଇ ଓ ମନି ଲଣ୍ଡରିଂ ମାମଲାରେ ସମ୍ପତ୍ତି ଆଟାଚ୍ କରିଛି ଇଡି । ଭୁବନେଶ୍ବରରେ ଥିବା ଅନୀଲଙ୍କ ସମ୍ପତ୍ତି ମଧ୍ୟ ଜବତ ହୋଇଛି । ୧୭ ହଜାର କୋଟି ଟଙ୍କା ଋଣ ଠକେଇ ମାମଲାରେ ଏହି ସମ୍ପତ୍ତି ଆଟାଚ୍ କରାଯାଇଛି । ୧୪୦୫ କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଛି ।
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅନିଲ ଅମ୍ବାନୀଙ୍କ ADAG ଗ୍ରୁପ୍ ଅଫ୍ କମ୍ପାନୀଜ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏକ ନୂତନ ଅସ୍ଥାୟୀ ଆଟାଚ୍ ଆଦେଶ ଅନୁଯାୟୀ, ପ୍ରାୟ ୧,୪୦୦ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଜବତ କରାଯାଇଛି । ଏହା ସହିତ, ED ଏପର୍ଯ୍ୟନ୍ତ ADAG ଗ୍ରୁପ୍ ସହିତ ଜଡିତ ମୋଟ ୯,୦୦୦ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି । ଏହି ଜବତ ସମ୍ପତ୍ତିଗୁଡ଼ିକ ନଭି ମୁମ୍ବାଇ, ଚେନ୍ନାଇ, ପୁଣେ ଏବଂ ଭୁବନେଶ୍ୱରରେ ଅବସ୍ଥିତ । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ । ED କହିଛି ଯେ ତଦନ୍ତ ଚାଲିଛି ଏବଂ ଆବଶ୍ୟକ ହେଲେ ଆହୁରି ସମ୍ପତ୍ତି ଆଟାଚ୍ କରାଯାଇପାରେ।
Powered by Froala Editor