ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା
ଆନନ୍ଦପୁର : କେନ୍ଦୁଝର ଜିଲ୍ଲାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଦ୍ଵାରା ବିଭିନ୍ନ ଅସାମାଜିକ କାର୍ୟ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ୧୨ ଘଣ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଆନନ୍ଦପୁର ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଘଷିପୁରା ଥାନା ବିଜି ମୋଟର୍ସ ନିକଟରେ ୨୦ ନଂ ଜାତୀୟ ରାଜପଥକୁ ଅବରୋଧ କରାଯାଇଛି। ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଅଟକି ରହିଛି।
ଚଳିତ ମାସ ୧୫ ତାରିଖରେ ବାଂଶପାଳ ବ୍ଳକ ଅଞ୍ଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିଲା । ଏହି ଘଟଣାରେ ଜଣେ ବାଂଲାଦେଶୀଙ୍କୁ ଗିରଫ କରାଯାଇଥିବା ବେଳେ ନାବାଳିକା ଜଣକ ଏବେ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି।
Powered by Froala Editor