ବାଂଲାଦେଶୀଙ୍କ ଘର ଉପରେ ବୁଲିଲା ବୁଲଡୋଜର
ଜଗତସିଂହପୁର: ଜଗତସିଂହପୁର ସଦର ଥାନା ବେହରାମପୁର ବସ୍ତିରେ ଥିବା ସନ୍ଦିଗ୍ଧ ବାଂଲାଦେଶୀଙ୍କ ଘର ଉପରେ ବୁଲିଲା ବୁଲଡୋଜର । ମାଜିଷ୍ଟ୍ରେଟ ଓ ଉପଜିଲ୍ଲପାଳଙ୍କ ଉପସ୍ଥିତିରେ ୧୦ବଖରା ଘର ଭଙ୍ଗାଯାଇଛି ।
ବେହରାମପୁର ବସ୍ତିରେ ପୁଲିସ ରବିବାର ରାତିରେ ବାଂଲାଦେଶୀ ରହୁଥିବା ଖବର ପାଇ ଚଢଉ କରିଥିଲା। ଚଢଉ ସମୟରେ ବସ୍ତି ଲୋକ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା, ଯେଉଁଥିରେ ୩ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ପରେ ୩ ପ୍ଲାଟୁନ ଫୋର୍ସ ମଗାଇ ପୁଲିସ ଚଢଉ କରି ୨ ଜଣଙ୍କୁ ଧରିଥିବା ବେଳେ ପ୍ରାୟ ୧୦/୧୨ ଜଣ ଖସି ପଳାଇଛନ୍ତି। ବାଂଲାଦେଶୀ ସନ୍ଦେହରେ ସେମାନଙ୍କୁ ଜଗତସିଂହପୁର ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି। ତେବେ ସେମାନେ ରହୁଥିବା ଘରୁ ଗୋଟିଏ ବନ୍ଧୁକ ସହ ୧୦ରୁ ୧୨ଟି ଖଣ୍ଡା, କଟୁରି ଓ ଶାବଳ ଆଦି ଜବତ ହୋଇଛି।
Powered by Froala Editor