ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଢେଙ୍କାନାଳ ବନ୍ଦ
ଢେଙ୍କାନାଳ: ସୋମବାର ଢେଙ୍କାନାଳ ବନ୍ଦ । ସ୍ମାର୍ଟ ମିଟର ବିରୋଧରେ ବିଦ୍ୟୁତ୍ ଉପଭୋକ୍ତା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ପାଳନ ହେବ। ସକାଳ ୬ଟାରୁ ରାଜପଥ ଅବରୋଧ ସହ ରେଳ ଅବରୋଧ କରାଯାଇଛି । ଦୋକାନ ବଜାର, ଯାନବାହାନ ଚଳାଚଳ ବନ୍ଦ ରହିଛି । ସକାଳ ୧୦ଟାରୁ ପିକେଟିଂ କରାଯାଇ ବ୍ୟାଙ୍କ, ସରକାରୀ, ବେସରକାରୀ କାର୍ୟ୍ୟାଳୟ ବନ୍ଦ କରାଯିବ । ପରେ ଦିନ ୧୨ଟାରେ ଏକ ବିରାଟ ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯିବ ବୋଲି କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଏଥିରୁ ଜରୁରୀକାଳିନ ସେବାକୁ ବାଦ୍ ଦିଆଯିବ ବୋଲି କ୍ରିୟାନୁଷ୍ଠାନ କମିଟିର ଆବାହକ ଗୋପାଳ ଚନ୍ଦ୍ର ପାତ୍ର ନିବେଦନ କରିଛନ୍ତି ।ସେପଟେ ପୂର୍ବତଟ ରେଳପଥର ଢେଙ୍କାନାଳ ଷ୍ଟେସନ ଠାରେ ଆନ୍ଦୋଳନକାରୀ ମାଲବାହୀ ଟ୍ରେନ୍ ଓ ଅନୁଗୁଳ ପୁରୀ ଡିଏମୟୁ ଟ୍ରେନକୁ ଅଟକ ରଖିଥିବା ସୂଚନା ମିଳିଛି।
Powered by Froala Editor