ରୋଗୀ ଦେଖୁଥିଲେ ଡାକ୍ତର, ଚାଲିଗଲା ଜୀବନ
ନୀଳଗିରି: ଓପିଡିରେ ରୋଗୀ ଦେଖୁଦେଖୁ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ। ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ ରୋଗୀ ଦେଖିବା ସମୟରେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ତଳେ ପଡ଼ିଯାଇଥିଲେ। ତେବେ ବାଲେଶ୍ୱର ମେଡିକାଲରେ ଡାକ୍ତରଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର।
ସୂଚନା ଅନୁଯାୟୀ, ସବୁ ଦିନ ଭଳି ଆଜି ସକାଳେ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ତ୍ରିନାଥ ପାଲ୍ ରୋଗୀଙ୍କୁ ଦେଖୁ ଥିଲେ। ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ୟ୍ୟଗୃହରେ ଥିବା ବାଥ୍ ରୁମ୍ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ବହୁ କଷ୍ଟରେ ସେ ବାଥ୍ ରୁମ୍ କବାଟ ଖୋଲି ଆସିବା ପରେ ହଠାତ ଟଳି ପଡିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor