ରାଜ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଲେ ନୂଆପଡାର ନବ ନିର୍ବାଚିତ ବିଜେପି ବିଧାୟକ ଜୟ ଢୋଲକିଆ । ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟରେ ଜୟଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ଜୟଙ୍କୁ ସ୍ୱାଗତ କରିବା ସହ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଜୟ ନିଜ ମାଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ସଭାପତି ମନମୋହନ ସାମଲ ଓ ଅନ୍ୟ ବିଧାୟକ ଏବଂ ବରିଷ୍ଠ ନେତାମାନେ ତାଙ୍କୁ ସ୍ୱାଗତ କରିଥିଲେ । ୮୩ହଜାରରୁ ଅଧିକ ଭୋଟରେ ଜିତିଛନ୍ତି ଜୟ ଢୋଲକିଆ ।
Powered by Froala Editor