ରାଉଣ୍ଡ ୧୪: ବିଜେପି ୪୬ ହଜାର ୭୧୩ଟି ଭୋଟରେ ଆଗୁଆ
ଭୁବନେଶ୍ୱର: ଆଜି ନୂଆପଡ଼ା ଉପନିର୍ବାଚନ ନେଇ ଭୋଟ ଗଣତି ଚାଲିଛି । ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆ ବଡ଼ ବିଜୟ ମୁଖେ ଅଗ୍ରସର ହେଉଛନ୍ତି । ରାଉଣ୍ଡ-୧୪ ସୁଦ୍ଧା ବିଜେପି ୪୬ ହଜାର ୭୧୩ଟି ଭୋଟରେ ଆଗୁଆ ଅଛି । ରାଉଣ୍ଡ-୧୪ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢେ଼ାଲକିଆଙ୍କୁ ୬୮୫୬୪ଟି ଭୋଟ ମିଳିଥିବାବେଳେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ୨୧୮୫୧ଟି ଭୋଟ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀ ଘାସୀରାମ ମାଝୀଙ୍କୁ ୨୧୪୬୦ଟି ଭୋଟ ମିଳିଛି ।
ବିଜେପି, ବିଜେଡ଼ି ଓ କଂଗ୍ରେସ ସମେତ ୧୪ ଜଣ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ । ପ୍ରଚାର ପାଇଁ ୩ ପ୍ରମୁଖ ଦଳର ରାଜ୍ୟସ୍ତରୀୟ ନେତା ମାସେ ହେଲା ନୂଆପଡ଼ାରେ ଡେରା ପକାଇଥିଲେ ।
Powered by Froala Editor