ଆଜି ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଶ୍ରେୟାଙ୍କ ଗୀତରେ ଝୁମିବେ ଦର୍ଶକ
କଟକ: ଆଜି ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହେବେ ବଲିଉଡ୍ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲ। ଶ୍ରେୟାଙ୍କ ଗୀତରେ ଝୁମିବେ ଦର୍ଶକ। ଏଥିପାଇଁ ଓଡିଶାରେ ପହଞ୍ଚି ସାରିଛନ୍ତି ଶ୍ରେୟା। ଭୁବନେଶ୍ଵରରେ ପହଞ୍ଚିବା ପରେ ସେ କଟକ ଗସ୍ତ କରିଛନ୍ତି। ଏହା ପୂର୍ବରୁ ଐତିହାସିକ କଟକ ବାଲିଯାତ୍ରାରେ ଯୋଗ ଦେବାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ଶ୍ରେୟା ଘୋଷାଲ।
Powered by Froala Editor