ମତଦାନ କେନ୍ଦ୍ରରେ ତଦାରଖ କରୁଛନ୍ତି ସ୍ନେହାଙ୍ଗିନୀ
ନୂଆପଡା: ଆଜି ନୂଆ ନେତା ବାଛୁଛନ୍ତି ନୂଆପଡାବାସୀ । ସକାଳୁ ଶୀତରେ ବି ଭୋଟ ଦେବା ପାଇଁ ମତଦାନ କେନ୍ଦ୍ରରେ ଭିଡ଼ ପରିଲିଖିତ ହୋଇଛି । ,ହାରି ଭିତରେ ବିଭିନ୍ନ ବୁଥ ବୁଲୁଛନ୍ତି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗୀନି ଛୁରିଆ । ସଖୀ ମତଦାନ କେନ୍ଦ୍ରରେ ସ୍ନେହାଙ୍ଗିନୀ ପହଞ୍ଚି କିଭଳି ମତଦାନ ଚାଲିଛି ତଦାରକ କରିଥିଲେ । ଆଗକୁ ଆସି ସମ୍ବାଧାନିକ ଅଧିକାରରେ ସାମିଲ ହୋଇ ଭୋଟ ଦାନ କରିବାକୁ ସେ ଅପିଲ କରିଛନ୍ତି ।
ନୂଆପଡ଼ା ଉପ-ନିର୍ବାଚନ ପାଇଁ ଆଜି ସକାଳୁ ମତଦାନ ଆରମ୍ଭ ହୋଇଛି । ସୁରୁଖୁରୁରେ ଭୋଟିଂ ଚାଲିଥିବାବେଳେ ସକାଳ ୯ଟା ସୁଦ୍ଧା ନୂଆପଡାରେ ୧୪.୯୯ ପ୍ରତିଶତ ମତଦାନ ହୋଇଛି। ଅବାଧ ଓ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବାକୁ ପ୍ରଶାସନ ଓ ପୁଲିସ ତତ୍ପର । ଆଇନଶୃଙ୍ଖଳା ନିୟନ୍ତ୍ରଣ ପାଇଁ କେନ୍ଦ୍ରୀୟ ସୁରକ୍ଷାବଳ, ରାଜ୍ୟ ସଶସ୍ତ୍ର ବାହିନୀ ଓ ପୁଲିସ ଅଧିକାରୀଙ୍କୁ ଗୁରୁଦାୟିତ୍ବ ଦିଆଯାଇଛି। ଆସନ୍ତା ୧୪ରେ ଭୋଟ୍ ଗଣତି ଥିବାରୁ ଅଧିକ ପୁଲିସ ଓ ସୁରକ୍ଷାବାହିନୀ ମୁତୟନ କରାଯିବ ବୋଲି ସୂଚନା ମିଳିଛି।
Powered by Froala Editor