କରୁଛି ଆକୃଷ୍ଟ, ସଖୀ ମତଦାନ କେନ୍ଦ୍ରରେ ଫଟୋ ଉଠାଉଛନ୍ତି ଭୋଟର
ନୂଆପଡା: ନୂଆପଡାରେ ଆଜି ଉପନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଉଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ନୂଆପଡାର ନେସନାଲ ଉଚ୍ଚ ବିଦ୍ୟାଳୟକୁ ସଖୀ ମତଦାନ କେନ୍ଦ୍ର କରାଯାଇଛି । ସେଠାରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ବ୍ୟବସ୍ଥା କରିଛି ପ୍ରଶାସନ । ଭୋଟରମାନେ ମତଦାନ ପରେ ସେଲଫି ପଏଣ୍ଟରେ ଫଟୋ ଉଠାଇବା ପରେ ସୋସିଆଲ ମିଡ଼ିଆରେ ସେୟାର କରୁଛନ୍ତି । ଏହାସହିତ ମହିଳାମାନଙ୍କ ଲାଗି ସେଲଫି ପଏଣ୍ଟରେ ସୋଫା ପକାଯାଇଛି, ଯେଉଁଠାରେ ଟିକେ ବସିପଡି ଫଟୋ ଉଠାଉଛନ୍ତି । ପ୍ରଶାସନର ଏଭଳି ବ୍ୟବସ୍ଥାକୁ ମତଦାତାମାନେ ସ୍ୱାଗତ କରିଛନ୍ତି ।
Powered by Froala Editor