୮.୪ ଡିଗ୍ରୀକୁ ଘୁ.ଉଦୟଗିରି ପାରଦ ଖସିଲା
କନ୍ଧମାଳ ଜିଲ୍ଲାର ଘୁ.ଉଦୟଗିରି ଅଞ୍ଚଳରେ ଶୀତର ପ୍ରକୋପ ବେଶି ଅନୁଭବ ହେଉଛି। ସୋମବାର ସକାଳେ ପାରଦ ୮ .୪ ଡିଗ୍ରୀ ସେଲସିଅସ୍କୁ ଖସିଯାଇଥିବା ବେଳେ ସହର ଓ ଆଖପାଖ ଅଞ୍ଚଳ ଶୀତରେ ଥରୁଛି । ସ୍ଥାନୀୟ ଅଞ୍ଚଳ ସମେତ ଟିକାବାଲି, ରାଇକିଆ, ସାରଙ୍ଗଡ଼ ପ୍ରଭୁତି ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା କମିବାରେ ଲାଗିଛି। ଗତ ୪ ଦିନ ଭିତରେ ଓଡ଼ିଶାର ଡାର୍ଜିଲିଂ ଘୁ.ଉଦୟଗିରିର ତାପମାତ୍ରା ୧୧.୪ ଡିଗ୍ରିରୁ ୮.୪ ଡିଗ୍ରିକୁ ଖସି ଆସିଛି।
ସେହିପରି ଫୁଲବାଣୀ ସହରରେ ୧୧ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ୧୦ ଡିଗ୍ରୀ ସେଲସିୟସ ତାପମାତ୍ରା ରହିଛି । ତେବେ ଶନିବାର ୧୧ ଡିଗ୍ରୀ ଓ ରବିବାର ୧୧.୪ ଡିଗ୍ରୀ ରହିଥିବା ବେଳେ ଘୁ ଉଦୟଗିରିରେ କ୍ରମାଗତ ଭାବରେ ପାରଦ ଖସି ୮.୪ ଡିଗ୍ରୀ ସେଲସିୟକୁ ପହଞ୍ଚିଛି ।
ଶୀତର ପ୍ରକୋପ ବଢୁଥିବାରୁ ସକାଳେ ଲୋକମାନେ ନିଆଁ ଜାଳିବା ଆରମ୍ଭ କଲେଣି। ଶୀତ ବୃଦ୍ଧି ପାଇବା ସହ ଗରିବ ଓ ନିରାଶ୍ରୟ ଲୋକମାନେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଗ୍ରାମାଞ୍ଚଳ ଲୋକଙ୍କ କହିବା ଅନୁସାରେ, ଆଗାମୀ କିଛି ଦିନ ମଧ୍ୟରେ ଏହି ଅଞ୍ଚଳରେ ତାପମାତ୍ରା ଅଧିକ ହ୍ରାସ ପାଇପାରେ। ଅଧିକ ଶୀତ ସହିତ ଜାଡ ହେବ ବୋଲି ଅନୁମାନ କରୁଛନ୍ତି। କାରଣ ଏହି ବର୍ଷ ଅଧିକ ବର୍ଷା ହୋଇଥିବାରୁ ଏହା ଅନୁମାନ କରି କହିଛନ୍ତି ।
Powered by Froala Editor