ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ୫ ମୃତ
ନୂଆଦିଲ୍ଲୀ: ଏକ ହେଲିକପ୍ଟର ଅବତରଣ କରିବା ସମୟରେ ପଛ ଭାଗ ତଳେ ମାଡ଼ ହୋଇ ଦୁଇଖଣ୍ଡ ହୋଇଯିବା ପରେ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରୁଷର ଏହି ହେଲିକପ୍ଟରଟି ଡଗେସ୍ତାନ ଗଣରାଜ୍ୟରେ ଦୁର୍ଘଟଣାର ଶିକାର ହୋଇଛି। ନିକଟରେ ସମୁଦ୍ର ଥିଲେ ହେଁ ପାଇଲଟ ହେଲିକପ୍ଟରକୁ ସୁରକ୍ଷିତ ଭାବେ ପାଣିରେ ଅବତରଣ କରିବାରେ ବିଫଳ ହେବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି। ମୃତକମାନେ କିଜଲିଆର ଇଲେକଟ୍ରୋ ମେକାନିକାର ପ୍ଲାଣ୍ଟର କର୍ମଚାରୀ ବୋଲି ଜଣାପଡ଼ିଛି।
Powered by Froala Editor