ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ହିଁ ଆରମ୍ଭ ହେବ: ନବୀନ
ଭୁବନେଶ୍ୱର: ନୂଆପଡ଼ା ଉପନିର୍ବାଚନ ପ୍ରଚାର ଶେଷ ଦିନ ରବିବାର ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି। ଏକ ଭିଡିଓ ବାର୍ତ୍ତାରେ ଶ୍ରୀ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ବିଜେପି ସରକାର ଆସିବା ଦିନରୁ ମା’ମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି। ମିଶନ ଶକ୍ତି ମା’ମାନେ ହଇରାଣ ହେଉଛନ୍ତି। ଓଡ଼ିଶାର ସୁନାମ ନଷ୍ଟ ହେଉଛି। ନୂଆ ସରକାର ଆସିବା ପରେ ବିଏସ୍କେୱାଇକୁ ବନ୍ଦ କରିଦିଆଗଲା। ରୋଗୀ ହଇରାଣ ହେଉଛନ୍ତି। ଏ ସରକାର ମହିଳା ବିରୋଧୀ, ଆଦିବାସୀ ବିରୋଧୀ ଓ ବିକାଶ ବିରୋଧୀ। ଆପଣମାନଙ୍କ ସହଯୋଗରେ ବିଜେପିର ପରାଜୟ ନୂଆପଡ଼ାରୁ ହିଁ ଆରମ୍ଭ ହେବ।
ଶ୍ରୀ ପଟ୍ଟନାୟକ କହିଛନ୍ତି, ପଶ୍ଚିମ ଓଡ଼ିଶାର ଟାଣୁଆ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମୁଁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରିଛି। ନୂଆପଡ଼ାରେ ରହି ଆପଣମାନଙ୍କ ସେବା କରିବା ପାଇଁ ମୁଁ ତାଙ୍କୁ ନିର୍ଦେଶ ଦେଇଛି।
Powered by Froala Editor