ଭାରତ ଅଣାଯିବ ଆଉ ୮ଟି ଚିତା
ନୂଆଦିଲ୍ଲୀ: ଆଫ୍ରିକୀୟ ରାଷ୍ଟ୍ର ବୋତ୍ସ୍ବାନାରୁ ଖୁବ୍ଶୀଘ୍ର ଆଉ ୮ଟି ଚିତା ଭାରତ ଅଣାଯିବ ବୋଲି ଜଣାପଡିଛି। ଇତିମଧ୍ୟରେ ଭାରତ ଆସିବାକୁ ଥିବା ଦୁଇଟି ଅଣ୍ଡିରା ଚିତାଙ୍କୁ ଧରାଯାଇ ଗୋଟିଏ ମାସ ପାଇଁ କ୍ବାରେଣ୍ଟାଇନରେ ରଖାଯାଇଛି। ଡାକ୍ତରୀ ପରୀକ୍ଷା ପରେ ଛଅ ମାଈ ଚିତାଙ୍କ ସହ ଏମାନଙ୍କୁ ଭାରତ ଅଣାଯିବ। ସମ୍ଭବତଃ ଆସନ୍ତା ଜାନୁଆରୀରେ ଏହି ଆଠଟି ଚିତାଙ୍କୁ ଭାରତ ଅଣାଯିବାପରେ ମଧ୍ୟପ୍ରଦେଶର କୁନୋ ଜାତୀୟ ପାର୍କରେ ରଖାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
Powered by Froala Editor