ଦାରିଙ୍ଗବାଡ଼ିରେ ୧୨ଡିଗ୍ରୀ ଛୁଇଁଛି ରାତି ତାପମାତ୍ରା
ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବନିମ୍ନ ତାପମାତ୍ରା କମୁଛି। ଦାରିଙ୍ଗବାଡ଼ିରେ ରାତି ତାପମାତ୍ରା ୧୨ଡିଗ୍ରୀ ଛୁଇଁଛି। ଫୁଲବାଣୀରେ ୧୨.୫ ଡିଗ୍ରୀ ରେକର୍ଡ କରାଯାଇଛି। ଶୁକ୍ରବାର ଅପେକ୍ଷା କନ୍ଧମାଳ ଜିଲାର ଉଭୟ ସ୍ଥାନରେ ରାତି ତାପମାତ୍ରା କମିଛି। ଅନୁରୂପ ଭାବେ ଭୁବନେଶ୍ବର ଏବଂ କଟକରେ ପାରଦ ହ୍ରାସ ପାଇଛି। ଶୁକ୍ରବାର ଉଭୟ ସହରରେ ରାତି ତାପମାତ୍ରା ୧୯ଡିଗ୍ରୀ ଉପରେ ଥିଲା;
କିନ୍ତୁ ଗତ ୨୪ଘଣ୍ଟାରେ ଭୁବନେଶ୍ବରରେ ୧୮.୯ ଡିଗ୍ରୀ ଏବଂ କଟକରେ ୧୮.୬ ଡିଗ୍ରୀକୁ ତାପମାତ୍ରା ଖସିଛି। ରାଜ୍ୟର ପାହାଡ଼ିଆ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ହ୍ରାସ ପାଉଥିବାରୁ ଶୀତ ପଡୁଛି। ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ, ଆସନ୍ତା ୨ରୁ ୩ଦିନ ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ୩ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ। ଫଳସ୍ବରୂପ ଅଧିକ ଥଣ୍ଡା ପଡିବ।
Powered by Froala Editor