ନଗର ଉନ୍ନୟନ ସଚିବଙ୍କ ବସ୍ ଯାତ୍ରା
ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ୱରରେ ‘ଆମ ବସ୍’ ରେ ଯାତ୍ରା କରିଥିଲେ। ଶ୍ରୀମତୀ ପାଢ଼ୀ ନନ୍ଦନକାନନ ନିକଟରେ ପ୍ରସ୍ତାବିତ ବସ୍ ଷ୍ଟାଣ୍ଡ ସାଇଟ୍ ମଧ୍ୟ ପରିଦର୍ଶନ କରିଥିଲେ। ବସ୍ ଯାତ୍ରା ସମୟରେ ଯାତ୍ରୀଙ୍କ ସହିତ କଥାବାର୍ତ୍ତା କରି ମିଳୁଥିବା ସୁବିଧା ବିଷୟରେ ପଚାରି ବୁଝିଥିଲେ। ମୁଖ୍ୟତଃ ମହିଳା ଏବଂ ବରିଷ୍ଠ ନାଗରିକ ସେମାନଙ୍କର ଯାତ୍ରା ଅଭିଜ୍ଞତା ଉପରେ ମତ ଦେଇଥିଲେ। ସ୍ୱଚ୍ଛତା, ସମୟାନୁବର୍ତ୍ତିତା ଏବଂ ଯାତ୍ରୀଙ୍କ ଆରାମ ବଜାୟ ରଖିବା ପାଇଁ ସେ ପରିଚାଳନାକାରୀ ଦଳଗୁଡ଼ିକୁ ପ୍ରଶଂସା କରିଥିଲେ।
Powered by Froala Editor