୩୪ ବର୍ଷ ବୟସରେ ନ୍ୟୁୟର୍କର ମେୟର ହେଲେ ଭାରତୀୟ ବଂଶୋଦ୍ଭବ
ନ୍ୟୁୟର୍କରେ ଭାରତୀୟ ବଂଶୋଦ୍ଭବ ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ ଜୋହରାନ ମାମଦାନି ମେୟର ନିର୍ବାଚିତ ହୋଇଛନ୍ତି। ଗତ ୧୦୦ ବର୍ଷ ମଧ୍ୟରେ ମାମଦାନି ହେଉଛନ୍ତି ନ୍ୟୁୟର୍କର ସବୁଠାରୁ ଯୁବ ଏବଂ ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର। ବିଜୟ ହେବା ପରେ ନିଜର ପ୍ରଥମ ଭାଷଣରେ ଜୋହରାନ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ମନେ ପକାଇ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରିଛନ୍ତି । ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାରଙ୍କ ପୁଅ ଜୋହରାନ ମମଦାନୀ ୬୫୦,୦୦୦ରୁ ଅଧବକ ଭୋଟରେ ବିଜୟୀ ହୋଇ ନ୍ୟୁୟର୍କର ପ୍ରଥମ ମୁସଲିମ ମେୟର ହୋଇଛନ୍ତି ।
ମାମଦାନି ମାତ୍ର ୩୪ ବର୍ଷ ବୟସରେ ନ୍ୟୁୟର୍କ ସହରର ମେୟର ହୋଇଛନ୍ତି। ନିର୍ବାଚନ ଜନମତରେ ସେ ଏହି ପଦବୀ ପାଇଁ ସବୁଠାରୁ ଲୋକପ୍ରିୟ ପ୍ରାର୍ଥୀ ଭାବରେ ଉଭା ହୋଇଛନ୍ତି। ତାଙ୍କର ଜନ୍ମ ଉଗାଣ୍ଡାର କାମ୍ପାଲାରେ ହୋଇଥିଲା। ତଥାପି, ସେ ସାତ ବର୍ଷ ବୟସରେ ନ୍ୟୁୟର୍କକୁ ଚାଲିଆସି ନାଗରିକତା ପାଇଥିଲେ।
ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ମାମଦାନୀଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଏକ ପୋଷ୍ଟରେ ଲେଖିଛନ୍ତି, "ବିଜେତା ହୋଇଥିବା ସମସ୍ତ ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କୁ ଅଭିନନ୍ଦନ।
ଉଲ୍ଲେଖଯୋଗ୍ୟ ଯେ, ଜୋହରାନ ମାମଦାନୀ ତାଙ୍କର ବିବାଦୀୟ ବୟାନ ପାଇଁ ପୂର୍ବରୁ ଖବରରେ ରହିଆସିଛନ୍ତି। ସେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଷୟରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ।
Powered by Froala Editor