ମନ୍ଦିର ଭିତରେ ଦଳାଚକଟା, ଚାଲିଗଲା ୯ ଜୀବନ
ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ଶ୍ରୀକାକୁଲମରେ ଦଳାଚକଟା ହୋଇ ୯ ଜଣ ମୃତ୍ୟୁବରଣ କରିଛିନ୍ତି। ଶ୍ରୀକାକୁଲମର କାଶୀବୁଗାସ୍ଥିତ ଭେଙ୍କେଟେଶ୍ଵର ସ୍ଵାମୀ ମନ୍ଦିର ଭିତରେ ଦଳାଚକଟା ହୋଇଛି। ଏଥିରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି। ଏକାଦଶୀ ଉପଲକ୍ଷେ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ଅନେକ ଶ୍ରଦ୍ଧାଳୁ ଆହତ ହୋଇଥିବା ସୂଚନା ମିଳିଛି। ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ। ତ୍ଵରିତ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
Powered by Froala Editor