ଏହି ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି
ଗୋପାଳପୁର: ବାତ୍ୟା ମନ୍ଥା ପାଇଁ ଗୋପାଳପୁର ବନ୍ଦରକୁ ୨ ନମ୍ବର ବିପଦ ସଂକେତ ଜାରି ହୋଇଥିବା ବେଳେ ସୋମବାର ସକାଳ ସାଢେ ୮ଟା ଠାରୁ ମଙ୍ଗଳବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ,ମଙ୍ଗଳବାର ସକାଳ ସାଢେ ୮ଟା ଠାରୁ ବୁଧବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ, ବୁଧବାର ସକାଳ ସାଢେ ୮ଟା ଠାରୁ ଗୁରୁବାର ସକାଳ ସାଢେ ୮ଟା ପର୍ଯ୍ୟନ୍ତ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି ଭାଷନ ଗୋପାଳପୁର ବେଳାଭୂମିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ବାତ୍ୟା ଆଶ୍ରୟସ୍ଥଳି ଯାଇ ସମସ୍ତ ବ୍ୟବସ୍ଥାର ନିରିକ୍ଷଣ କରିଥିଲେ। ସ୍ଥାନୀୟ ଅଂଚଳର ଗର୍ଭବତୀ ମହିଳା,ଶିଶୁ,ବୃଦ୍ଧ,ବୃଦ୍ଧା,ଗୃହପାଳିତ ପଶୁ ଆଦିଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ସହ ସେମାନଙ୍କ ଯତ୍ନ ନେବାକୁ କହିଥିଲେ । ତଦାରଖ ବେଳେ କନିଷି ତସିଲଦାର କବିରାଜ ପ୍ରଧାନ,ରଙ୍ଗେଇଲୁଣ୍ଡା ବିଡ଼ିଓ ବିଶ୍ୱଜିତ ରାୟ,ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ବେଣିଆ ପ୍ରମୁଖ ଉପସ୍ଥିତ ଥିଲେ ।
Powered by Froala Editor