ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ ରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ
ମୁମ୍ବଇ: ମୁମ୍ବଇରେ ଆଜିଠାରୁ ଆରମ୍ଭ ହୋଇଛି ଇଣ୍ଡିଆ ମାରିଟାଇମ୍ ୱିକ୍ ୨୦୨୫ । ଏଥିରେ ଯୋଗ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚାରଣ ମାଝୀ । ୨୭ତାରିଖରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ୩୧ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଆଜି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ସମ୍ମାନିତ ଅତିଥି ଭାବେ ଯୋଗ ଦେବା ସହିତ ଓଡ଼ିଶା ସମ୍ପର୍କିତ ଅଧିବେଶନରେ ଉପସ୍ଥିତ ରହିଛନ୍ତି । ଉକ୍ତ ଅଧିବେଶନରେ ଓଡ଼ିଶାରେ ବନ୍ଦର ଆଧାରିତ ପୁଞ୍ଜିନିବେଶ ଏବଂ ବନ୍ଦର ଜରିଆରେ ରପ୍ତାନୀ ସମ୍ପର୍କରେ ମାନସମନ୍ଥନ ହେଉଛି ।
ଏହି ଅବସରରେ ନୀତି ନିର୍ଦ୍ଧାରକ, ବିଶେଷଜ୍ଞ ଓ ନିବେଶକ ଏକତ୍ର ହୋଇ ନୌ ଭିତ୍ତିଭୂମି, ଭବିଷ୍ୟତ କାର୍ଯ୍ୟପନ୍ଥା ଏବଂ ନୀଳ ଅର୍ଥନୀତିର ସମ୍ଭାବନା ସମ୍ପର୍କରେ ଆଲୋଚନ କରିବେ ।
Powered by Froala Editor