ସଜେଇ ହେଉଛି ଓଡ଼ିଶାର କାଶ୍ମୀର, ନଭେମ୍ବର ୧୫ ରୁ ଆରମ୍ଭ ହେବ ଇକୋ ରିଟ୍ରିଟ୍ ସେବା
ଫୁଲବାଣୀ: ଆସିଲା ପର୍ଯ୍ୟଟନ ଋତୁ । ସଜେଇ ହେଉଛି ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି । ପର୍ଯ୍ୟଟକଙ୍କୁ ପଞ୍ଚ ତାରକା ହୋଟେଲର ମଜା ଦେବା ପାଇଁ ଆରମ୍ଭ ହେବାକୁ ଯାଉଛି ରାଜ୍ୟ ସରକାରଙ୍କ ଇକୋ ରିଟ୍ରିଟ ପ୍ରକଳ୍ପ । ଏଥିପାଇଁ ଚାଲିଛି ପ୍ରସ୍ତୁତି । ହିଲ୍ଭିୟୁ ଛକ ନିକଟରେ ଇକୋ ରିଟ୍ରିଟ୍ ପ୍ରକଳ୍ପ କାର୍ଯ୍ୟ ଦ୍ରୁତଗତିରେ ଚାଲିଛି । ଆସନ୍ତା ନଭେମ୍ବର ୧୫ ତାରିଖରେ ଆରମ୍ଭ ହେବାକୁ ଯାଉଛି ଏହି ଇକୋ ରିଟ୍ରିଟ୍ ସେବା । ସନ୍ଧ୍ୟାରେ କନ୍ଧମାଳ ଜିଲ୍ଲାର ସଂସ୍କୃତି ଓ ପରମ୍ପରାକୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଦାରିଙ୍ଗବାଡ଼ିରେ ରହିଥିବା ପର୍ଯ୍ୟଟନସ୍ଥଳୀ ବୁଲିବାର ମଜା ନେଇପାରିବେ ପର୍ଯ୍ୟଟକ।
୪ ବର୍ଷ ହେଲା ଦାରିଙ୍ଗବାଡ଼ିରେ ଇକୋ ରିଟ୍ରିଟ ପ୍ରକଳ୍ପ ହୋଇ ଆସୁଥିବାବେଳେ ପର୍ଯ୍ୟଟକ ଏହାର ସୁବିଧା ନେଉଛନ୍ତି । ଚଳିତ ବର୍ଷ ୨୫ଟି ବିଶାଳପୂର୍ଣ୍ଣ ତମ୍ବୁ ହୋଇଥିବାବେଳେ ପ୍ରତି ତମ୍ବୁର ମୂଲ୍ୟ ୫ ହଜାର ୯୮୬ ଟଙ୍କା ରହିଛି । ଏହାର ଅନ୍ଲାଇନ ବୁକିଂ ଆରମ୍ଭ ହୋଇଯାଇଛି ।
Powered by Froala Editor