ଖାଇବା ପରେ କରନ୍ତୁନି ଏହିସବୁ କାମ
ଆମର ଏଭଳି କେତେକ ଅଭ୍ୟାସ ରହିଛି ଯାହା ପ୍ରତି ଆମେ ନଜର ନେବା ନିହାତି ଦରକାର। କାରଣ ନିଜକୁ ସୁସ୍ଥ ରଖିବା ଲାଗି କେତେକ ଅଭ୍ୟାସକୁ ବଦଳାଇବାକୁ ଚେଷ୍ଟା କରନ୍ତୁ। ଖାଇବାର ଠିକ୍ ପରେ ପରେ ଫଳମୂଳ ଆଦୌ ଖାଆନ୍ତୁ ନାହିଁ। ଚା’, କଫି, କୋଲଡ଼୍ରିଙ୍କ ଏବଂ ନିଶାଦ୍ରବ୍ୟ ଠାରୁ ମଧ୍ୟ ଯଥା ସମ୍ଭବ ଦୂରେଇ ରୁହନ୍ତୁ। ଏହା ଶରୀର ଉପରେ କୁପ୍ରଭାବ ପକାଇବା ସହ ପେଟରେ ଏସଡିଟିର ମାତ୍ରା ବଢ଼ାଇ ଦେଇଥାଏ। ଖାଇବା ସମୟରେ କେତେକେ ପାଣି ପିଇଥାଆନ୍ତି। ଏହା ଏକ ଖରାପ ଅଭ୍ୟାସ। କାରଣ ଏହାର ପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡିଥାଏ। ଏହାଦ୍ୱାରା ଓଜନ ବଢ଼ିବା ପରି ସମସ୍ୟା ଦେଖାଦେବାର ଆଶଙ୍କା ରହିଛି। ତେଣୁ ଖାଇବା ପୂର୍ବରୁ ଏବଂ ସମୟରେ ପାଣି ନ ପିଇବା ଭଲ। ଖାଇବାର ଅଧଘଣ୍ଟାଏ ପରେ କିମ୍ବା ପୂର୍ବରୁ ପାଣି ପିଅନ୍ତୁ, ଯାହାକି ଖାଦ୍ୟ ହଜମରେ ସାହାଯ୍ୟ କରିବ। ଖାଇବାର ଠିକ୍ ପରେ ପରେ ଶୁଅନ୍ତୁ ନାହିଁ। ଏହାର ପ୍ରଭାବ ରକ୍ତ ସଞ୍ଚାଳନ ଉପରେ ପଡିଥାଏ। ଖାଦ୍ୟ ଖାଇବା ପରେ କିଛି ସମୟ ଚାଲବୁଲ କରନ୍ତୁ। ଏହାଦ୍ୱାରା ଖାଦ୍ୟ ଠିକ୍ ଭାବରେ ହଜମ ହୋଇଥାଏ।
Powered by Froala Editor