ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ : ଅଭିଯୁକ୍ତ ଗିରଫ
ଇନ୍ଦୋରରେ ଦୁଇ ଜଣ ଅଷ୍ଟ୍ରେଲୀୟ ମହିଳା କ୍ରିକେଟରଙ୍କୁ ଅସଦାଚରଣ କରାଯାଇଛି। ସେମାନେ ରିଙ୍ଗ ରୋଡ୍ରେ ଥିବା ଏକ କାଫେରୁ ନିଜ ହୋଟେଲକୁ ଫେରୁଥିବା ସମୟରେ ଜଣେ ଯୁବକ ସେମାନଙ୍କୁ ପିଛା କରି ଅସଦାଚରଣ କରିଥିଲେ। ଅକ୍ଟୋବର ୨୫ ତାରିଖ ଶନିବାର ପୁଲିସ୍ ଏନେଇ ସୂଚନା ପ୍ରଦାନ କରିଛି। ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅଷ୍ଟ୍ରେଲିଆର ଶୀର୍ଷ ମୁକାବିଲାର ଦୁଇ ଦିନ ପୂର୍ବରୁ; ଅର୍ଥାତ ଗୁରୁବାର ଏହି ଘଟଣା ଘଟିଥିଲା।
ଏ ସଂପର୍କରେ ପୁଲିସ୍ କହିଛି, ‘‘ଦୁଇ ଜଣ କ୍ରିକେଟରଙ୍କୁ ବାଇକ୍ର ପିଛା କରୁଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ଅଭିଯୁକ୍ତ ଅକିଲ ଖାନ ଅସଦାଚରଣ କରିଛି। ଗୁରୁବାର ସକାଳେ ଖଜରାନା ରୋଡ୍ ଅଞ୍ଚଳରେ ଏହି ଘଟଣା ଘଟିଥିଲା ଯେତେବେଳେ ଦଳ ରାଡିସନ ବ୍ଲୁ ହୋଟେଲରୁ ଏକ କାଫେକୁ ଯାଉଥିଲା।’’ ପୁଲିସ ଅଭିଯୁକ୍ତ ଅକିଲ ଖାନକୁ ଚିହ୍ନଟ କରିବା ପରେ ଗିରଫ କରିଛି।
ଘଟଣା ସମ୍ପର୍କରେ ଅଷ୍ଟ୍ରେଲୀୟ କ୍ରିକେଟ ଦଳର ନିରାପତ୍ତା ଟିମ୍ ପକ୍ଷରୁ ଏ ସମ୍ପର୍କରେ ପୁଲିସକୁ ଖବର ଦିଆଯାଇଥିଲା। ଏହା ପରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଥିଲା। ଏହି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏସନ ପକ୍ଷରୁ କୁହାଯାଇଛି।
Powered by Froala Editor