ନୂଆପଡ଼ା ଉପନିର୍ବାଚନ: ବିଜେଡି ପକ୍ଷରୁ ଏହି ନେତାଙ୍କୁ ମିଳିଲା ଦାୟିତ୍ବ
ଭୁବନେଶ୍ବର: ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନକ୍ରମେ ୧୩ ନେତାଙ୍କୁ ବିଭିନ୍ନ ବ୍ଲକ୍ ଓ ଏନ୍ଏସିର ଦାୟିତ୍ବ ଦିଆଯାଇଛି। ସୁଧୀର କୁମାର ସାମଲ, ଶ୍ରୀକାନ୍ତ ସାହୁ, ମୁକେଶ କୁମାର ପାଲ, ପ୍ରଦୀପ କୁମାର ସାହୁ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ମନ୍ମଥ ରାଉତରାୟ ଏବଂ ଡ. ଦେବାଶିଷ ମାର୍ଣ୍ଡିଙ୍କୁ ନୂଆପଡ଼ା ବ୍ଲକ୍ ଦାୟିତ୍ବ ଦିଆଯାଇଛି। ସେହିପରି କୋମନା ବ୍ଲକ୍ ଦାୟିତ୍ବ ପ୍ରଣବ କୁମାର ବଳବନ୍ତରାୟ, ସଞ୍ଜୀବ କୁମାର ମଲ୍ଲିକ ଏବଂ ମାଧବ ଧଡ଼ାଙ୍କୁ ଦେଇଛି ଦଳ। ଏହାସହ ଗଣେଶ୍ବର ବେହେରା, ଅନନ୍ତ ନାରାୟଣ ଜେନା ଏବଂ ରାଜେନ୍ଦ୍ର ସାହୁଙ୍କୁ ଖରିଆର ରୋଡ଼ ଏନ୍ଏସି ଦାୟିତ୍ବ ଦିଆଯାଇଛି। ପ୍ରମିଳା ମଲ୍ଲିକ, ନିରଞ୍ଜନ ବିଶି, ଟୁକୁନି ସାହୁ, ସୁବାସ ସିଂ, ରମେଶ ମାଝୀ, ଲତିକା ପ୍ରଧାନ, ପ୍ରକାଶ ମାଝୀ, ଅଳକା ମହାନ୍ତି, ଡଲି ମାଝୀ, ମହମ୍ମଦ ଆଦମ, ଏସ୍କେ ନିଜାମୁଦ୍ଦିନ, ପ୍ରଫୁଲ୍ଲ ସିଂହ, ଭାନୁପ୍ରତାପ ସିଂ ମାଝୀ, ସଞ୍ଜିତ ମହାନ୍ତି, ଗିରିରାଜ ସିଂ ମାଝୀ, ଗୌରହରି ମିଶ୍ର, ଭୀଷ୍ମଦେବ ସରାଫ, ରାଜୁ ଘିବେଲା, ନନ୍ଦଲାଲ ସିଂ, ଜାପାନ ମହାପାତ୍ର ଏବଂ ପ୍ରବୀର ମହାନ୍ତିଙ୍କୁ କ୍ଷେତ୍ରୀୟ ସାଂଗଠନିକ କାର୍ଯ୍ୟଗୁଡ଼ିକର ସମନ୍ବୟ ରକ୍ଷା ପାଇଁ ଦାୟିତ୍ବ ମିଳିଛି।
Powered by Froala Editor