ବିଜନେସ ସେଣ୍ଟର ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ
ମୁମ୍ବାଇ : ମୁମ୍ବାଇର ଯୋଗେଶ୍ବରୀ ୱେଷ୍ଟ ଅଞ୍ଚଳରେ ଥିବା ବେହରାମବାଗ ନିକଟରେ ଥିବା ଏକ ବିଜନେସ ସେଣ୍ଟରରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା। ଏହାରି ଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି। ଖବର ପାଇ ଅଗ୍ନିଶମ ଟିମ୍ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି। ଘଟଣା ବିଷୟରେ ଜଣାପଡିବା ପରେ ୬ଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ଯେଉଁ ବିଲ୍ଡିଂରେ ନିଆଁ ଲାଗିଛି, ସେଠାରେ ଅନେକ କର୍ପୋରେଟ ଅଫିସ ରହିଛି ।
Powered by Froala Editor