ପଞ୍ଜାବୀ ସିଙ୍ଗରଙ୍କୁ କାନାଡାରେ ଗୁଳିମାଡ
କାନାଡାରେ ପୁଣି ଏକ ଗୁଳିକାଣ୍ଡ ଘଟିଛି। କାନାଡାରେ ପଞ୍ଜାବୀ ସିଙ୍ଗର ତେଜୀ କହଲୋଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗଷ୍ଟାର୍ ରୋହିତ ଗୋଦାରା ଗ୍ୟାଙ୍ଗ ତାଙ୍କୁ ଗୁଳି ମାରିଥିବା ଜଣାପଡିଛି। ଗୋଦାରା ଗ୍ୟାଙ୍ଗ ସୋସିଆଲ ମିଡିଆରେ ଗୁଳିକାଣ୍ଡ ସମ୍ପର୍କରେ ସୂଚନା ସେୟାର କରିଥିଲା। ଲରେନ୍ସ ବିଷ୍ନୋଇ ଏବଂ ରୋହିତ ଗୋଦାରା ଗ୍ୟାଙ୍ଗ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ରହିଛି।
ରୋହିତ ଗୋଦାରାଙ୍କ ଗ୍ୟାଙ୍ଗ୍ ସହ ଜଡିତ ମହେନ୍ଦ୍ର ସରଣ ଦିଲାନା, ରାହୁଲ ରିନାଓ ଓ ବିକି ପହଲବାନ କହିଛନ୍ତି ଯେ ବିରୋଧୀ ଗ୍ୟାଙ୍ଗକୁ ଅସ୍ତ୍ରଶସ୍ତ୍ର ଦେଉଥିବାରୁ ତାଙ୍କୁ ଗୁଳିମାଡ ହୋଇଛି। ଗ୍ୟାଙ୍ଗ ତରଫରୁ ବୟାନରେ କୁହାଯାଇଛି କାନାଡାରେ ତାଙ୍କ ଉପରକୁ ଆକ୍ରମଣ ହୋଇଛି। ତାଙ୍କ ପେଟରେ ଗୁଳି ବାଜିଛି। ଯଦି ସେ ବୁଝିଯାଉଛନ୍ତି ତେବେ ଠିକ୍ ଅଛି ନଚେତ୍ ଆଗାମୀ ଥର ତାଙ୍କୁ ଧମକ ନୁହେଁ, ସିଧା ହତ୍ୟା କରିବୁ ବୋଲି ଗ୍ୟାଙ୍ଗ ଧମକ ଦେଇଛି।
ସୋସିଆଲ ମିଡିଆ ପୋଷ୍ଟରେ ଆହୁରି ଲେଖାଯାଇଛି, “ମୁଁ ଆପଣଙ୍କୁ କହିବାକୁ ଚାହୁଁଛି! ଯଦି କେହି ଏହି ବିଶ୍ୱାସଘାତକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରେ, ଏବଂ ଆମେ ଏହା ବିଷୟରେ ଯଦି ଜାଣିବାକୁ ପାଇଲୁ , ତେବେ ତାଙ୍କ ପରିବାରକୁ ମଧ୍ୟ ଛାଡିବୁ ନାହିଁ! ଆମେ ତାଙ୍କୁ ଧ୍ୱଂସ କରିଦେବୁ!
Powered by Froala Editor