ବିଶ୍ବର ସବୁଠୁ ପ୍ରଦୂଷିତ ସହର ମାନ୍ୟତାଲାଭ କଲା ଦିଲ୍ଲୀ
ନୂଆଦିଲ୍ଲୀ: ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଅତ୍ୟନ୍ତ ପ୍ରଦୂଷିତ ହୋଇଛି। ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହରର ମାନ୍ୟତାଲାଭ କରିଛି। ଦିଲ୍ଲୀ ବ୍ୟତୀତ ଏହି ତାଲିକାର ଶ୍ରେଷ୍ଠ ୧୦ ମଧ୍ୟରେ ଭାରତର ମୁମ୍ବଇ ଓ କଲକାତା ମଧ୍ୟ ସ୍ଥାନ ପାଇଛି। ମୁମ୍ବଇ ତାଲିକାର ୫ମ ଏବଂ କଲକାତା ୮ମ ସ୍ଥାନରେ ରହିଛି। ସ୍ବିଜରଲାଣ୍ଡର ଆଇକ୍ୟୁଏୟାର ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ଅନୁଯାୟୀ ଦିଲ୍ଲୀ ବିଶ୍ବର ସବୁଠୁ ପ୍ରଦୂଷିତ ସହର ଭାବେ ପ୍ରଥମ ସ୍ଥାନ ଅଧିକାର କରିଛି। ଦିଲ୍ଲୀ ପଛକୁ ଲାହୋର ୨ୟ, କୁଏତ ସିଟି ୩ୟ, କରାଚୀ ୪ର୍ଥ, ତାସ୍କେଣ୍ଟ ୬ଷ୍ଠ, ଦୋହା ୭ମ, କାନବେରା ୯ମ ଏବଂ ଜାକର୍ତ୍ତା ୧୦ମ ସ୍ଥାନରେ ରହିଛନ୍ତି।
Powered by Froala Editor