ଗୋଟିଏ ନୁହେଁ ହେବ ତିନୋଟି ଲଘୁଚାପ
ଭୁବନେଶ୍ବର: ଗୋଟିଏ ନୁହେଁ ତିନୋଟି ଲଘୁଚାପ ହେବା ନେଇ ଆକଳନ କରାଯାଇଛି । ପାଣିପାଗ ବିଜ୍ଞାନୀ ଶରତ ସାହୁ ଏନେଇ ଆକଳନ କରି କହିଛନ୍ତି । ଗୋଟିଏ ଲଘୁଚାପ ସୃଷ୍ଟି ହୋଇଥିବା ବେଳେ ୨୬ରେ ଦ୍ୱିତୀୟ ଲଘୁଚାପ ଓ ୨୯ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ । ୨୬ ଓ ୨୭ବେଳକୁ ଯେଉଁ ସିଷ୍ଟମ ସୃଷ୍ଟି ହେବ ତାହା ଅଧିକ ଘନୀଭୂତ ହେବା ସମ୍ଭାବନା ରହିଛି । ପ୍ରଥମଟିର ବେଶୀ ପ୍ରଭାବ ନପଡିପାରେ, ଦ୍ୱିତୀୟର ପ୍ରଭାବ ବେଶୀ ରହିବ । ମାତ୍ର ୩ଟି ଲଘୁଚାପ ହେବ କି ନାହିଁ ଭାରତୀୟ ପାଣିପାଗ କେନ୍ଦ୍ର କିଛି ସ୍ପଷ୍ଟ କରିନାହିଁ ।
Powered by Froala Editor