ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର
ଭୁବନେଶ୍ବର: ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଛି । ଉତ୍ତମାପୁର ଅଞ୍ଚଳରେ ରହିଥିବା ନିଶା ମୁକ୍ତି କେନ୍ଦ୍ରରେ ଏହି ଅଘଟଣ ଘଟିଛି । ମୃତ ଯୁବକ ହେଲେ ସୌମ୍ୟରଞ୍ଜନ ଦାସ । ତାଙ୍କ ଘର ଜଟଣୀ ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ କରୁଥିଲେ । ଅବସାଦରେ ରହୁଥିବାରୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।
Powered by Froala Editor