ନୂଆପଡ଼ା ନିର୍ବାଚନ: ପ୍ରଚାରକୁ ଜୋରଦାର କରୁଛନ୍ତି ତିନି ପ୍ରମୁଖ ଦଳ, ଭୋଟରଙ୍କୁ ଆକୃଷ୍ଟ କରିବ କିଏ ?
ଭୁବନେଶ୍ବର: ନୂଆପଡା ଉପନିର୍ବାଚନ ପାଇଁ ଶେଷ ହୋଇଛି ନାମାଙ୍କନ, ଏଥର ଆରମ୍ଭ ହେବା ମୁକାବିଲା । ତିନି ପ୍ରମୁଖ ଦଳ, ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ହୋଇଥିବା ପ୍ରାର୍ଥୀ ପ୍ରଚାର ମଇଦାନକୁ ଓହ୍ଲାଇ ଲୋକଙ୍କ ପାଖକୁ ଯାଉଛନ୍ତି । ସୋମାବର ଦିନ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସହ ଆଉ କିଛି ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ । ୨୨ ତାରିଖ ଦିନ ନାମାଙ୍କନ ପତ୍ର ଯାଞ୍ଚ କରାଯିବ । ୨୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ରହିଛି । ସେପଟେ ନାମାଙ୍କନ ଶେଷ ହେବା ପରେ ପ୍ରଚାରକୁ ଜୋରଦାର କରିଛନ୍ତି ତିନି ପ୍ରମୁଖ ଦଳର ପ୍ରାର୍ଥୀ ।
ତେବେ ନୂଆପଡାରେ କଂଗ୍ରେସ ଆଦିବାସୀ କାର୍ଡ ଖେଳୁଥିବା ବେଳେ ବିଜେଡି ମହିଳା ଚେହେରା ନେଇ ନିର୍ବାଚନୀ ପାର ହେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । ଶାସକ ବିଜେପି କିନ୍ତୁ ଦିବ୍ୟଙ୍ଗତ ବିଧାୟକଙ୍କ ପୁଅକୁ ପ୍ରାର୍ଥୀ କରି ଲୋକଙ୍କ ସମବେଦନା ପାଇ ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । ନୂଆପଡାରେ ମୋଟ ୨ଲକ୍ଷ ୫୪ହଜାର ଭୋଟର ଥିବା ବେଳେ ମହିଳାଙ୍କ ଭୋଟରଙ୍କ ସଂଖ୍ୟା ୧ଲକ୍ଷ ୨୬ହଜାର ୧୩୨ । ପୁରୁଷ ଭୋଟର ହେଲେ ୧ଲକ୍ଷ ୨୨ହଜାର ୧୦୩ । ଏହି ନିର୍ବାଚନ ମଣ୍ଡଳୀରେ ୩୩ପ୍ରତିଶତ ହେଉଛନ୍ତି ଆଦିବାସୀ । ତେଣୁ ଭୋଟରଙ୍କ ମନ ଜିଣିବା ଲାଗି ତିନି ପ୍ରମୁଖ ଦଳର ଅଣ୍ଟା ଭିଡିଛନ୍ତି ।
Powered by Froala Editor