ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ, ପୋଡି ପାଉଁଶ ହୋଇଗଲା ବହୁ ଗାଡି
ନୂଆଦିଲ୍ଲୀ : ଦିଲ୍ଲୀରେ ବଡଧରଣର ଅଗ୍ନିକାଣ୍ଡ ଘଟିଛି। ସାଂସଦ ରହୁଥିବା ବ୍ରହ୍ମପୁତ୍ର ଆପାର୍ଟମେଣ୍ଟରେ ନିଆଁ ଲାଗି ବହୁ ଗାଡି ପୋଡି ପାଉଁଶ ହୋଇଯାଇଛି। ଏପରିକି ଆପାର୍ଟମେଣ୍ଟରେ ରହୁଥିବା କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଏହି ଆପର୍ଟମେଣ୍ଟରେ ଅନେକ ରାଜ୍ୟସଭା ସାଂସଦ ରୁହନ୍ତି। ଦ୍ଵିତୀୟ ମହଲାରୁ ପ୍ରଥମେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ୫ରୁ ଅଧିକ ଦମକଳବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ଏହି ଆପାର୍ଟମେଣ୍ଟକୁ ୨୦୨୦ ମସିହାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ଉଦଘାଟନ କରିଥିଲେ।
Powered by Froala Editor