ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
ଭୁବନେଶ୍ବର: ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ପରିଚିତ ମୟୂରଭଞ୍ଜ ଜିଲାରେ ଥିବା ଶିମିଳିପାଳ ପର୍ଯ୍ୟଟକଙ୍କ ସକାଶେ ଆଜିଠୁ ଖୋଲିଛି । ଅଭୟାରଣ୍ୟକୁ ଦୁଇଟି ଗେଟ୍ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ । ପିଠାବଟା ଓ କାଳିଆଣି ଫାଟକ ଦେଇ ପ୍ରବେଶ କରୁଛନ୍ତି ପର୍ଯ୍ୟଟକ। ବ୍ୟାଘ୍ର ପ୍ରକଳ୍ପର ମଜା ନେବେ ପର୍ଯ୍ୟଟକ । ସାଧାରଣତଃ ପ୍ରତିବର୍ଷ ନଭେମ୍ବର ଏକ ତାରିଖଠାରୁ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯାଇଥାଏ। ହେଲେ ଏଥର ୧୦ ଦିନ ପୂର୍ବରୁ ଅର୍ଥାତ୍ ୧୮ ତାରିଖଠାରୁ ପର୍ଯ୍ୟଟକଙ୍କ ସକାଶେ ଖୋଲିଛି । ଗତ ଜୁଲାଇ ୧ ତାରିଖଠାରୁ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକଙ୍କ ପ୍ରବେଶ ବନ୍ଦ କରାଯାଇଥିଲା। ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀ ଅନୁଯାୟୀ ଶିମିଳିପାଳ ମଧ୍ୟକୁ ପର୍ଯ୍ୟଟକମାନେ ବାରିପଦାର ପିଠାବଟା ଫାଟକ ଏବଂ ଯଶିପୁରର କାଳିଆଣି ଫାଟକ ଦେଇ ପ୍ରବେଶ କରିବେ।
Powered by Froala Editor