ଗିରଫ ହେଲେ କଫ୍ ସିରଫ୍ କମ୍ପାନୀ ମାଲିକ
ଭୋପାଳ: କଫ୍ ସିରଫ୍ ନିର୍ମାତା କମ୍ପାନୀ ‘ଶ୍ରୀସାନ୍ ଫାର୍ମା’ର ମାଲିକ ଗିରଫ ହୋଇଛନ୍ତି । କମ୍ପାନୀର ମାଲିକ ଏସ୍.ରଙ୍ଗନାଥନଙ୍କୁ ଚେନ୍ନାଇରୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ରଙ୍ଗନାଥଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ପୁଲିସ । କୋଲଡ୍ରିଫ୍ କଫ୍ ସିରଫ୍ ପିଇ ମଧ୍ୟପ୍ରଦେଶରେ ୨୧ଜଣ ଶିଶୁଙ୍କ ଜୀବନ ଯାଇଛି । ପୁଲିସ ସମ୍ପ୍ରତି କମ୍ପାନୀ ମାଲିକ ଏବଂ ପ୍ରେସକ୍ରିବର୍ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
Powered by Froala Editor