ବାଲିଯାତ୍ରା ପଡ଼ିଆକୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା

ଐତିହାସିକ ବାଲିଯାତ୍ରା କଟକ ୨୦୨୫ରେ ଷ୍ଟଲ ବା ଦୋକାନ ଖୋଲିବା ପାଇଁ ପ୍ଲଟ ପଞ୍ଜୀକରଣ ତାରିଖ ଆସନ୍ତା ୧୨ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛି ଜିଲ୍ଲା ପ୍ରଶାସନ । କର୍ଫ୍ୟୁ ପରିସ୍ଥିତି ଏବଂ ଇଣ୍ଟରନେଟ ବନ୍ଦ ରହିଥିବା ଅନେକ ବ୍ୟବସାୟୀ ପଞ୍ଜୀକରଣରୁ ବଞ୍ଚିତ ହୋଇଥିଲେ । ଏପରିକି ହାତରେ କମ୍ ସମୟ ରହିଥିଲା । ଏହି କାରଣରୁ ସମୟ ସୀମା ବୃଦ୍ଧି କରାଯାଇଛି। ଉଭୟ ଅନଲାଇନ ଓ ଅଫଲାଇନ ଜରିଆରେ ପଞ୍ଜୀକରଣ ଜାରି ରହିଛି । ବାରବାଟି ପ୍ୟାଲେସ ଠାରେ ଦୈନିକ ସକାଳ ୧୦ଟାରୁ ସଂଧ୍ୟା ୫ଘଟା ୩୦ ଯାଏଁ ଫର୍ମ ଦାଖଲ ଓ ପଞ୍ଜିକରଣ କାର୍ଯ୍ୟ ଚାଲୁ ରହିବ । ଅନଲାଇନ ମାଧ୍ୟମରେ ପଞ୍ଜୀକରଣ ପାଇଁ ଇଚ୍ଛୁକ ଅନୁଷ୍ଠାନ ତଥା ବ୍ୟବସାୟୀ www.baliyatra.net ୱେବ୍ ସାଇଟରେ ପଞ୍ଜୀକରଣ କରିପାରିବେ।
ସେହିପରି ବାଲିଯାତ୍ରା ପଡ଼ିଆର ୫ କିଲୋମିଟର ଅବଧିକୁ “ଡ୍ରୋନ୍ ମୁକ୍ତ ଅଞ୍ଚଳ” ଘୋଷଣା କରିଛି ଜିଲ୍ଲା ପ୍ରଶାସନ । ବାଲିଯାତ୍ରା ପୂରା ଗ୍ରାଉଣ୍ଡ୍କୁ ‘ନୋ ଡ୍ରୋନ୍ ଜୋନ୍’ ଘୋଷଣା କଲା ପ୍ରଶାସନ । କଟକ ଜିଲ୍ଲାପାଳ ଏନେଇ ନିର୍ଦ୍ଦେଶନାମା ଜାରି କରିଛନ୍ତି । ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆ ‘ନୋ ଡ୍ରୋନ୍ ଜୋନ୍’ ଏହି କଟକଣା ରହିବ।
ପଡିଆର ୫ କିମି ପରିଧି ପାଇଁ କଟକଣା ଜାରି କରାଯାଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍ ଗ୍ଲାଇଡର୍ସ ଉଡ଼ାଣ ମନା। ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, ଡ୍ରୋନକୁ ବାରଣ କରାଯାଇଛି।
Powered by Froala Editor