କୋଚିଂ ସେଣ୍ଟରରେ ବିସ୍ଫୋରଣ, ଖଣ୍ଡ ଖଣ୍ଡ ହୋଇ ଛିଟିକି ପଡ଼ିଲା ମୃତଦେହ
ଉତ୍ତରପ୍ରଦଦେଶର ଫାରୁଖାବାଦର ଏକ କୋଚିଂ ସେଣ୍ଟରରେ ଶନିବାର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଅନ୍ୟ ୫ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ତୁରନ୍ତ ଫାରୁଖାବାଦର ଲୋହିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ମୃତଦେହଗୁଡ଼ିକ ଖଣ୍ଡବିଖଣ୍ଡିତ ହୋଇ ଛିଟିକି ପଡ଼ିଥିଲା। ବାହାରେ ଲାଗିଥିବା ଲୁହା ଜାଲି ୧୫୦ ମିଟର ଦୂରତା ଯାଏ ଛିଟିକି ପଡ଼ିଥିଲା। ଆଖପାଖରେ ଥିବା ଅନେକ କୋଠାର କାଚ ଝରକା ମଧ୍ୟ ଭାଙ୍ଗି ଯାଇଥିଲା। ବାଇକ ଏବଂ ସ୍କୁଟି ବି ୫୦ ମିଟର ଦୂରରେ ଛିଟିକି ପଡ଼ିଥିଲା। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହିତ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।
ଜିଲ୍ଲାପାଳ ଆଶୁତୋଷ କୁମାର ଦ୍ୱିବେଦୀ ଏବଂ ପୋଲିସ ଅଧୀକ୍ଷକ ଆରତୀ ସିଂହ ଘଟଣାସ୍ଥଳରେ ପହଂଚି ଆହତ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିବାବେଳେ ଘଟଣାସ୍ଥଳରୁ ବାରୁଦର ଗନ୍ଧ ବାହାରୁଥିଲା। କଣ ପାଇଁ ବିସ୍ଫୋରଣ ହେଲା ତାହାର କାରଣ ତଦନ୍ତ କରାଯାଉଛି।
Powered by Froala Editor