ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ: ୬ରେ ଆନ୍ଦୋଳନ କରିବ ବିଜେଡି

ଭୁବନେଶ୍ୱର: ପୁଲିସ ଏସଆଇ ପରୀକ୍ଷା କେଳେଙ୍କାରୀ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି । ବିଜେଡି ନେତା ପ୍ରତିରଞ୍ଜନ ଘଡେଇ ଓ ଚିନ୍ମୟ ସାହୁ କହିଛନ୍ତି ଯେ ଏସଆଇ ପରୀକ୍ଷା ମହାଘୋଟାଲାରେ ଯେଉଁ ତଦନ୍ତ ଚାଲିଛି, ସେଥିରେ ମାଷ୍ଟର ମାଇଣ୍ଡକୁ ଧରିବାରେ ସକ୍ଷମ ହେବ କି ସରକାର । ଗୃହ ସଚିବ ଆଉ ଓ ଓପିଆରବି ଅଧ୍ୟକ୍ଷ କାହିଁକି ତଦନ୍ତ ପରିସରକୁ ଆସୁ ନାହାନ୍ତି । ୩ଟି ସଂସ୍ଥାକୁ କାହିଁକି ପରୀକ୍ଷା ଦାୟିତ୍ଵ ହସ୍ତାନ୍ତର କରାଯାଇଛି । ଏହାର ଜବାବ ସରକାର ରଖନ୍ତୁ ବୋଲି ବିଜେଡି ଦାବି କରିଛି ।
ଏମିତି କେବଳ ରଖାଯାଇଥିଲା ଘୋଟାଲା କରିବାକୁ। କେଉଁ ନିୟମ ଅନୁସାରେ ଆଉଟ ସୋର୍ସିଙ୍ଗ କରିବାକୁ ନିଷ୍ପତ୍ତି ହେଲା । କାହାର ଦସ୍ତଖତ ରହିଛି ଏହି ନିଷ୍ପତ୍ତି ପଛରେ । କିଏ କରାଇବାକୁ ଚାହୁଁଥିଲା ଏପରି ଦୁର୍ନୀତି, ବୋଲି ପ୍ରଶ୍ନ କରିଛି ବିଜେଡି ।। ଆସନ୍ତା ସୋମବାର ୬ ତାରିଖ ଦିନ ବିଜେଡି ଓ ବିଜୁ ଛାତ୍ର ଜନତା ଦଳ ଆନ୍ଦୋଳନ କରିବ । ଯଦି ଆସନ୍ତା ସୋମବାର ସୁଦ୍ଧା ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦିଅନ୍ତି। ମୁଖ୍ୟମନ୍ତ୍ରୀ ପଦ ଛାଡନ୍ତୁ ବୋଲି ବିଜେଡି ଦାବି କରିଛି ।
Powered by Froala Editor